Home Breaking News / ତାଜା ଖବର କନ୍ଧମାଳର ଯୁବ ଆଇଏଏସ ଭାଇରାଲ କେତେ ସତ?

କନ୍ଧମାଳର ଯୁବ ଆଇଏଏସ ଭାଇରାଲ କେତେ ସତ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ସୋସିଆଲ ମିଡ଼ିଆରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଳକର ଜଣେ ୨୩ ବର୍ଷର ଆଦିବାସୀଯୁବକଯାଜ୍ଞସେନ ପ୍ରଧାନଙ୍କ ଆଇଏଏସ ରେକୃତ କାର୍ଯହୋଇଥିବା ଘଟଣା ।
ଲୋକେ ଲାଇକ ଆଉ ସୁଭେଛା ମଧ୍ୟ ଜଣାଇବାରେଲାଗିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଟୁଇଟ ଯୋଗେ ଶୁଭେତ୍ସା ଜଣାଇଛନ୍ତି । ସେହିପରି କନ୍ଧମାଳ ଜିଲ୍ଲାପାଳ ମଧ୍ୟ ରିଟ୍ୱିଟକରି ଥିବା ନେଇ ମଧ୍ୟ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ଫଳରେ ଏନେଇ ଜିଲ୍ଲାରେଚର୍ଚ୍ଚା ଯୋର ଚାଲିଛି । ଭାଇରାଲ ଫଟୋରେ ଚାଣକ୍ୟ କୋଚିଙ୍ଗ ସେଣ୍ଟରରୁ ଯାଜ୍ଞସେ ନ ପୁରସ୍କାର ଗ୍ରହଣ କରୁଥିବାର ଫଟୋରେ
ଦେଖାଯାଇଥିଲା । ତେବେ ଅନୁସଂଧାନ ରୁ ଜଣାପଡିଛି ଯେ, ‘କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକକୁ କେର ମାହା ଗ୍ରାମର ଗଜେନ୍ଦ୍ର ପ୍ରଧାନଙ୍କ ପୁଅ ହେଉଛି ଯାଜ୍ଞସେନ । ଗଜେନ୍ଦ୍ର ପ୍ରଧାନ ଜଣେ ଶିକ୍ଷକ। ପୁଅ ଯାଜ୍ଞସେନ ତାଙ୍କର ୨୦୧୯ରେ ଫୁଲବାଣୀରେ ରହି ଟ୍ରାକ୍ଟର ବ୍ୟବସାୟ କରୁଛନ୍ତି ବୋଲି ବାପା କହୁଛନ୍ତି ।ଆଉ ତାଙ୍କ ପୁଅ ୟୁପିଏସସି ପରୀକ୍ଷାଦେଇଥିବା କଥା ସେ ଜାଣି ନ ଥିବା କହିଛନ୍ତି । ଏଣୁ ଏହି ଫଟୋ ଫେକ ବୋଲି ସେ କହିଥିଲେ।
ତେବେ ଜିଲ୍ଲାପାଳ ଡାବୃନ୍ଦ । ଡି କୌଣସି ରିଟ୍ୱିଟକରିନଥିବା କହିଥିବାବେଳେ ତଦନ୍ତ ଆଦେଶ ଦେଇଥିବା କହିଛନ୍ତି ।
ତେବେ ଏହିଫେକ ଫଟୋ କିଏ କାହିକି କେଉଁ ଉଦ୍ଦେଶ୍ୟରେ ଅ ପଲୋଡ କରିଛି ଓ ଏଥିରେ ଯାଜ୍ଞସେନଙ୍କ ହାତ ରହିଛି ନା ନାହିଁ ତଦନ୍ତ କରି କାର୍ଯାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ମତପ୍ରକାଶ ପାଇଛି ।

related posts

Leave a Comment