Home Breaking News ଗୁରୁବାର ରବି ଦହିୟାଙ୍କ ଦାଓଁ ଚାଲିଲେ ଭାରତକୁ ମିଳିବ ଗୋଲ୍ଡ ମେଡାଲ

ଗୁରୁବାର ରବି ଦହିୟାଙ୍କ ଦାଓଁ ଚାଲିଲେ ଭାରତକୁ ମିଳିବ ଗୋଲ୍ଡ ମେଡାଲ

by Times One Odia
Share with
     
 
 
   

ଟୋକିଓ ଅଲିମ୍ପିକ୍ସର ଦିନ ସରି ଆସୁଥିବା ବେଳେ ଏବେ ବି ଭାରତ ଆଗରେ ଗୋଲ୍ଡ ମେଡାଲର ଆଶା ଉଜୀବିତ ଅଛି । ଆଜି ରେସଲିଂ ରେ ଦେଶ ପାଇଁ ବଡ ସଫଳତା ହାସଲ କରିଛନ୍ତି ରବି ଦହିୟା । ଆଜି ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ରବି ଦହିୟାଙ୍କ ଟକ୍କର ହୋଇଥିଲା କାଜାଖସ୍ତାନର ରେସଲର ନୁରିସ୍ଲାମ ସାନାୟେଭଙ୍କ ସହିତ । କାଜାଖସ୍ତାନର ରେସଲରଙ୍କ ବିରୋଧରେ ନିଜର ଶକ୍ତି ଓ କୌଶଳ ଦେଖାଇ ମ୍ୟାଚକୁ ୨-୧ରେ ଜିତିନେଇଥିଲେ । କାଜାଖସ୍ତାନ ରେସଲର ନୁରିସ୍ଲାମ୍ ପଏଂଟ ହାସଲ କରିବାକୁ ଜୋରଦାର ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ ।
ଗୁରୁବାର ୫୭ କେଜି ଫ୍ରିଷ୍ଟାଇଲ ବର୍ଗ କୁସ୍ତିରେ ଅଲିମ୍ପିକ୍ସ ଫାଇନାଲରେ ଭାରତୀୟ କୁସ୍ତି ଯୋଦ୍ଧା ରବି ଦହିୟାଙ୍କ ଟକ୍କର ହେବ ଋଷର ବିଶ୍ୱ ଚାମ୍ପିଅନ କୁସ୍ତି ଯୋଦ୍ଧା ଜାଭର ୟୁଗେଭଙ୍କ ସହିତ । ଫାଇନାଲକୁ ପ୍ରବେଶ କରି ରବି ଦହିୟା ସୁନା ଓ ରୂପା ପଦକ ମଧ୍ୟରୁ ଗୋଟିଏ ପକ୍କା କରିଛନ୍ତି । ତେବେ ଆସନ୍ତାକାଲି ରବି ଦହିୟା ନିଜ ଦାଓଁ ବଳରେ ଏହାକୁ ସ୍ୱର୍ଣ୍ଣରେ ପରିଣତ କରି ଦେଶ ପାଇଁ ଟୋକିଓରୁ ପ୍ରଥମ ଗୋଲ୍ଡ ଆଣିବେ ବୋଲି ସାରାଦେଶ ଆଶା ରଖିଛି ।

related posts

Leave a Comment