Home Breaking News / ତାଜା ଖବର କୋଟଗଡରେ ମହିଳା ବିଜେଡ଼ି ସମାବେଶ

କୋଟଗଡରେ ମହିଳା ବିଜେଡ଼ି ସମାବେଶ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ ): ବି ଜେ ଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟ ମହିଳାବି ଜେ ଡ଼ି ସଭାପତି ସ୍ନେହାଙ୍ଗି ନୀ ଛୁରିୟା, କନ୍ଧମାଳ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ବୁଧବାର କୋଟଗଡ ବ୍ଲକ ରେ ବହୁ ମହିଳା କର୍ମୀ ଙ୍କୁ ନେଇ ବି ଜେ ଡ଼ି ମହିଳା ସଂଗଠନ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କନ୍ଧମାଳ ଜିଲାର ମହିଳା ସଂଗ ଠନ କୁ ସୁଦୃଢ କରିବା ମହିଳା ମାନକୁ ଅଧିକରୁ ଅଧିକ କିଭ ଳି ସୁବିଧା ସୁଯୋଗ ମିଳିବ ଓ ମହିଳାମାନେ କିପରି ବିଜୁ ଜନତା ଦଳରେ ଅଧିକ ମାତ୍ରାରେ ସାମିଲ ହେବେ ଏବଂ ମହିଳା ମାନଙ୍କୁ କିପରି ଅଧିକ ଗୁରୁତ୍ୱ ମିଳିବ ସେ ନେଇ ଆୟୋଜିତ ବୈଠକରେ ଆଲୋଚନା ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲା ମହିଳା ସଭାନେତ୍ରୀ ପୁନମ କଂହର ,ବାଲିଗୁଡା ବିଧାୟକ ଚକ୍ରମଣି କଂହର , ବ୍ଲକ ମହିଳା ସଭାନେତ୍ରୀ ସାଧବାଣୀ ବେହେରା, ପୂର୍ବତନ ବାଲିଗୁଡା ବିଧାୟକ ରାଜୀବ ପାତ୍ର, କୋଟଗଡ ସାଂସଦ ପ୍ରତିନିଧି ମନୋଜ ସାବତ, କୋଟଗଡ ବ୍ଲକ ସଭାପତି ଷ୍ଟିଫାନ ଭାଇ , ବିଧାୟକ ପ୍ରତିନିଧି ସୁରଦା ଭାଇ , ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ କାର୍ଯ୍ୟକ୍ରମ କୁ କୋଟଗଡ ମହିଳା ସଭାନେତ୍ରୀ ସାଧବାଣୀ ବେହେରା ପରିଚାଳନା କରିଥିଲେ ।

related posts

Leave a Comment