ରାୟଗଡ(ଧନେଶ୍ବର ରାଉତ): ଓଡ଼ିଶାରେ ଶିକ୍ଷିତ ଯୁବକ ଗୋଷ୍ଠୀ ବେକାର ହେଇ ଦାଦନ ଖଟିବାକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇ ନିର୍ଯାତନା ର ଶିକାର ହେଉଥିବା କଥା ପ୍ରାୟ ସବୁଦିନେ ଖବର କାଗଜ ମାନଙ୍କରେ ଦେଖିବାକୁ ମିଳିଛି। ଏହି ଅଳ୍ପ କିଛି ଦିନତଳେ ଗୁଣୁପୁର ଉପଖଣ୍ଡ ଅଂଚଳରଏକ ଲୋମହର୍ଷଣ କରି ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ସରକାର ଶିକ୍ଷିତ ଯୁବଜ ମାନଙ୍କୁ ପାଠ ବଦଳରେ ଯୋଗ୍ୟତା ଭିତ୍ତିରେ ଚାକିରୀ ଯୋଗାଇବା ପରିବର୍ତ୍ତେ ଟଙ୍କା ଲାଞ୍ଚ ନେଇ ଯୁବକ ଯୁବତୀ ମାନଙ୍କୁ ପ୍ରତାରିତ କରୁଥିବା ଭାଜପା ଅଭିଯୋଗ କରିଛି। ଏହି ଆନ୍ଦୋଳନ ସାରା ଓଡିଶା ରେ ଭାଜପା ଯୁବ ମୋର୍ଚ୍ଚା ହାତକୁ ନେଇଛି ।ତେଣୁ ଗୁଣୁପୁର ଯୁବ ମୋର୍ଚ୍ଚା ତରଫରୁ ଜିଲ୍ଲା ଯୁବମୋର୍ଚା ସଧାରଣ ସମ୍ପାଦକ ଅମର ସାହୁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ମୁଖ୍ୟ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରିବାସହଭିନ ଭିନ୍ନ ସରକାର ବିରୋଧୀ ସ୍ଲୋଗାନ ଦେଇ ମୁଖ୍ୟ ମନ୍ତ୍ରୀ ପଦରୁ ଇସ୍ତାଫା ଦାବୀ କରିଛନ୍ତି। ସରକାରଙ୍କ ପଞ୍ଚପାଳି ଶାସନରେ ଯୁବଗୋଷ୍ଠୀ ସମ୍ପୂର୍ଣ ବେକାର ହେବାସହ ଯଦି କେହି ଚାକିରୀ ପାଇଁ ବ୍ୟବଚିତ ହୁଏ ତାହେଲେ ସରକାରୀ ବାବୁ ମାନେ ମୋଟ ଅଙ୍କରେ ହାତ ଗୁଞ୍ଜ ନେଉଥିବା ଅଭିଯୋଗ ହେଇଚି। ନିକଟରେ ଜଣେ ରାଜ୍ୟ ସରକାରଙ୍କ ବଡ ବାବୁ ଲାଞ୍ଚ କାରବାର ନେଇ ଦୁର୍ନୀତି ନିବାରଣ ଅଧିକାରୀଙ୍କ ହାତରେ ପଡି ଜେଲରେ ଅଛନ୍ତି ତାହା ସମସ୍ତଙ୍କୁ ଜଣା ବୋଲି ନଗର ସଭାପତି ଶ୍ରୀନିବାସ ସ୍ୱାଇଁ କହିଛନ୍ତି । ବରିଷ୍ଠ ଭାଜପା ନେତା ପୂର୍ବତନ ଉପସଭାପତି ବାଇ ଗଣାପତିଙ୍କ କଥା ହେଲା ଏହି ସରକାରଙ୍କ ଶାସନରେ ଯୁବକ ମାନେ ସମ୍ପୂର୍ଣ ବେକାର ତେଣୁ ଯଥା ଶୀଘ୍ର ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯାଉ ନଚେତ ଆନ୍ଦୋଳନକୁ ତୀବ୍ରତର କରିବ ଭାଜପା ଯୁବ ମୋର୍ଚା ବୋଲି କହିଛନ୍ତି । ଏହି ବିକ୍ଷୋବରେ ପୃଥ୍ୱୀରାଜ ପାଢ଼ୀ, ଫାଲ୍ଗୁନି ଶବର, ଆଦିବାସୀ ନେତା ତଥା କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବିଦ୍ୟାଧର ଶବର,ସତ୍ୟ କର, ସତ୍ୟବାନ ସାହୁ ଓ ମଣ୍ଡଳର ଅନେକ କର୍ଯ୍ୟକର୍ତା ଯୋଗ ଦେଇଥିଲେ।
ମେଧା ପରିବର୍ତ୍ତେ ଟଙ୍କା କାରବାର ଗୁଣୁପୁର ଭାଜପର ବିକ୍ଷୋଭ
Share with