Home Breaking News ଜନସାଧାରଣଙ୍କ ଉନ୍ନତି ପାଇଁ ଆଉ ପାଦେ ଆଗେଇଲେ ଡାବୁଗାଁ ବିଧାୟକ ମନହର ରନ୍ଧାରୀ

ଜନସାଧାରଣଙ୍କ ଉନ୍ନତି ପାଇଁ ଆଉ ପାଦେ ଆଗେଇଲେ ଡାବୁଗାଁ ବିଧାୟକ ମନହର ରନ୍ଧାରୀ

by Times One Odia
Share with
     
 
 
   

ଡାବୁଗାଁ(ଜି. ବିନୋଦ କୁମାର): ଜନସାଧାରଣଙ୍କ ଉନ୍ନତି ପାଇଁ ଆଉ ପାଦେ ଆଗେଇଲେ ଡାବୁଗାଁ ବିଧାୟକ ମନହର ରନ୍ଧାରୀ |ଦୀର୍ଘ ଦିନରୁ ଜଙ୍ଗଲ ଜମି ପଟ୍ଟା ପାଇଁ ଅନେଇ ବସିଥିଲେ ଜନସାଧାରଣ |ମଙ୍ଗଳବାର ଦିନ ବିଧାୟକ ରନ୍ଧାରୀ ଲୋକଙ୍କୁ ବାଣ୍ଟି ଛନ୍ତି ଜଙ୍ଗଲ ଜମି ପଟ୍ଟା |ଏଥିରେ ଡାବୁଗାଁ ବ୍ଲକର ଘିଡାଖୁଣ୍ଟା ଓ ନନ୍ଦପୁର ଗ୍ରାମ ପଞ୍ଚାୟତର ଜନସାଧାରଣ ଉପକୃତ ହୋଇଛନ୍ତି |ଏହାସହ ସେ ବାଣ୍ଟିଛନ୍ତି, ମଧୁ ବାବୁ ପେନସନ ଯୋଜନା |ମୋ ଅଞ୍ଚଳ ମୋ ପରିବାର ର ନାରା ଦେଉଥିବା ଏହି ବିଧାୟକ ଗୋଟିଏ ପରେ ଗୋଟିଏ ଜନହିତକର କାର୍ଯ୍ୟ କରିଚାଲିଛନ୍ତି |କେବଳ ସେତିକି ନୁହେଁ,ମହିଳା ଶ୍ରମିକ ମାନଙ୍କୁ ସେ 3600 ରେନ କୋଟ, ଶୁଖିଲା ଖାଦ୍ୟ, ଚା ଓ ମାସ୍କ ବଣ୍ଟନ କରିଛନ୍ତି | ସ୍ଥାନୀୟ ଡାବୁଗାଁ ଅଞ୍ଚଳର ଘିଡ଼ାଖୁଣ୍ଟା , ମୁନିଗୁଡା, ମାଝୀଗୁଡା, ଗିରଲିଗୁଡା, ମୁଣ୍ଡାଗୁଡା, କାହାକଗୁଡା, ନୂଆଗୁଡା, ମେଁଝର, ଓ ନନ୍ଦପୁର ଡାଙ୍ଗରା ଆଦି ଅଞ୍ଚଳ ର ଅନେକ ମହିଳା , ବିଧାୟକ ରନ୍ଧାରୀ ଙ୍କ ଦ୍ୱାରା ଉପକୃତ ହୋଇଛନ୍ତି |ବିଧାୟକ ମନହର ରନ୍ଧାରୀ ଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟକୁ ନେଇ ଜନସାଧାରଣ ମନରେ ଖେଳିଯାଇଛି ଖୁସିର ଲହରୀ |

related posts

Leave a Comment