Home Breaking News / ତାଜା ଖବର ରାଇକିଆ ନାଗରିକ ମଞ୍ଚ ପକ୍ଷରୁ ନୂତନ ବିଡ଼ିଓଙ୍କୁ ସାକ୍ଷାତ ସହ ଅଞ୍ଚଳର ବିକାଶ ପାଇଁ ଆଲୋଚନା

ରାଇକିଆ ନାଗରିକ ମଞ୍ଚ ପକ୍ଷରୁ ନୂତନ ବିଡ଼ିଓଙ୍କୁ ସାକ୍ଷାତ ସହ ଅଞ୍ଚଳର ବିକାଶ ପାଇଁ ଆଲୋଚନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ଭାବେ ସ୍ମରଣିକା ଟୁଲୋ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।ସେ ହେଉଛନ୍ତି ବ୍ଲକ୍ ର ପ୍ରଥମ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ। ଓଡ଼ିଶା ପ୍ରଶାସନିକ ସେବା ପ୍ରଶିକ୍ଷଣ ସମାପ୍ତି କରି ରାଇକିଆ ତାଙ୍କର ପ୍ରଥମ କାର୍ଯ୍ୟସ୍ଥଳୀ। ଦାୟିତ୍ଵ ଗ୍ରହଣ କରି ବ୍ଲକ୍ କାର୍ଯ୍ୟାଳୟ ସଭାଗୃହରେ ସମସ୍ତ କର୍ମଚାରୀଙ୍କ ସହ ଏକ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ‘ରାଇକିଆ ନାଗରିକ ମଞ୍ଚ’ ପକ୍ଷରୁ ନୂତନ ବିଡ଼ିଓଙ୍କୁ ସାକ୍ଷାତ କରି ପୁଷ୍ପଗୁଛ ପ୍ରଦାନ କରି ସ୍ବାଗତ କରାଯାଇଛି। ଏବଂ ରାଇକିଆ ବ୍ଲକ୍ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରି ଆଗେଇ ନେବା ସହ ଅଞ୍ଚଳ ନିମନ୍ତେ ଆଉ କିଛି ନୂଆ ରୂପ ଦେବା ପାଇଁ ସହୋଯୋଗ କାମନା କରାଯାଇଛି। ଉନ୍ନୟନ ମୂଳକ କାର୍ଯ୍ୟ ସହ ବିକାଶ କୁ ଗୁରୁତ୍ଵ ଦେବି ବୋଲି ସୁଶ୍ରୀ ଟୁଲୋ କହିଛନ୍ତି। ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ମଞ୍ଚ ସଭାପତି ସୁଶାନ୍ତ କୁମାର ଜେନା, ଉପସଭାପତି ରଜତ କୁମାର ନାୟକ, କୋଷାଧ୍ୟକ୍ଷ ସିମାଞ୍ଚଳ ଦିଗାଳ, ଉପଦେଷ୍ଟା ବିଜୟ ପରିଛା,ନଳିନୀକାନ୍ତ ନାୟକ, ବେରେଡାକିଆ ସମିତି ସଭ୍ୟା ତଥା ସଦସ୍ୟ ଗିତାଞ୍ଜଳୀ ନାୟକ, ଆଇନ ପରାମର୍ଶଦାତା ରାଜେନ୍ଦ୍ର ପାଳ, ସଦସ୍ୟ ତାରିଣୀ ପରିଛାଙ୍କ ସହ ସନ୍ତୋଷ ନାୟକ ଉପସ୍ଥିତ ଥିଲେ।

related posts

Leave a Comment