Share with
ରାଇକିଆ(ରଜତ କୁମାର ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ସ୍ଥାନୀୟ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ପ୍ରଦିପ କୁମାର ନାୟକଙ୍କ ଚାକିରିରୁ ଅବସର କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ମହାବିଦ୍ୟାଳୟ ପରିସରରେ ହୋଇଯାଇଛି।ଏହି ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଙ୍କ ପକ୍ଷରୁ ଶ୍ରୀ ନାୟକଙ୍କୁ ଫୁଲତୋଡ଼ା ସହ ଉପହାର ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଛି।ଶ୍ରୀ ନାୟକ ଏହି ମହାବିଦ୍ୟାଳୟ ଆରମ୍ଭରୁ ହିଁ ଅଧ୍ୟାପକ ଭାବେ ତାଙ୍କ କାର୍ଯ୍ୟ କରିଆସୁଥିବା ବେଳେ ୨୦୧୧ ରୁ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ।ଚଳିତ ଜୁଲାଇ ମାସରେ ଚାକିରୀରୁ ଅବସର ନେଇଥିଲେ।ତାଙ୍କ କାର୍ଯ୍ୟକାଳ ସମୟରେ କଲେଜର ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି।ଏବଂ ଆହୁରି କାର୍ଯ୍ୟ ଚାଲୁରହିଛି। ଶ୍ରୀ ନାୟକଙ୍କ ଅବସର ପରେ ବର୍ତ୍ତମାନ ଏହି ଜୀବନ ଜ୍ୟୋତି ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଦିବାକର ଦାସଙ୍କୁ ଦାୟିତ୍ଵ ଦିଆଯାଇଥିବା ଜଣାପଡିଛି।