Home Breaking News / ତାଜା ଖବର ଜିଲ୍ଲାପାଳ 5 ଟି ସିକରପାଇ ବିଦ୍ୟାଳୟ ପରିଦର୍ଶନ: ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ତାଗିଦ

ଜିଲ୍ଲାପାଳ 5 ଟି ସିକରପାଇ ବିଦ୍ୟାଳୟ ପରିଦର୍ଶନ: ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ତାଗିଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ) ରାୟଗଡ ଜିଲାପାଳ ସରୋଜ କୁମାର ମିଶ୍ର ଆଜି ସିକରପାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ 5 ଟି ର ନିର୍ମାଣ କାମକୁ ପରିଦର୍ଶନ କରି ତଦାରଖ କରିଛନ୍ତି । ସେପ୍ଟେମ୍ବର ସୁଦ୍ଧା ନିର୍ମାଣ କାମ ସାରିବାକୁ ତାଗିଦ କରିଛନ୍ତି। ପ୍ରକାଶ ଥାଉ କି 5 ଟି ଜରିଆରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ପ୍ରତ୍ୟେକ ଜିଲାର ଭିତ୍ତିଭୂମି ଥିବା ଓ ଭୌଗଳିକ ବତାବରଣକୁ ନେଇ କେତେକ ବିଦ୍ୟାଳୟକୁ ସବୁ ପ୍ରକାର ଅତିଆଧୁନିକ ସୁବିଧା ସହ ଏକ ଘରୋଇ ବିଦ୍ୟାଳୟ ଭଳି କରିବାକୁ ନିର୍ଦେଶ ଦେଇଛନ୍ତି।ସେହି ବଳରେ କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତ ସଦର ମହକୁମାର ଉଛ ଇଂରାଜୀ ବିଦ୍ୟାଳୟ ସ୍ଥାନ ପାଇଛି। ବ୍ଲକରେ ଯେବେ ମାତ୍ର ଏକଗୋଟି ଉଛ ବିଦ୍ୟାଳୟ କଲ୍ୟାଣସିଙ୍ଘପୁର ସଦର ଥରେ ଥିଲା ସେତେବେଳେ ସ୍ଥାନୀୟ ଆବଶ୍ୟକତା ନେଇ ୧୯୮୩ ମସିହାରେ ଏହି ବିଦ୍ୟାଳୟ ତତ୍କାଳୀନ ବିଧାୟକ ଦମ୍ବୁରୁ ଧର ଉଳକାଙ୍କ ଚେଷ୍ଟାରେ ସ୍ଥାପିତ ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ନିଜର ଅହରହ ବିଦ୍ୟାଦାନ ଜାରି ରଖିଛି। ତାର ଫଳ ସ୍ୱରୂପ ଜିଲ୍ଲାର ଦ୍ବିତୀୟ ସ୍ଥାନରେ ଆଦର୍ଶ ବିଦ୍ୟାଳୟ ପାଇଁ ସ୍ୱକୃତି ପାଇଛି। ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତିକି ୮୦ ଲକ୍ଷ ବ୍ୟୟ ଅଟକଳ ରହିଥିବା ବିଦ୍ୟାଳୟ ରେ ସମ୍ପୂର୍ଣ ଅତି ଆଧୁନିକ ବ୍ୟବସ୍ଥା ରହିବ ଖେଳ ପଡିଆ ସାଙ୍ଗକୁ ଡିଜିଟାଲ ଶ୍ରେଣୀ ଗୃହ, ବାଳିକା ଓ ବାଳକ ଙ୍କ ପାଇଁ ଅତି ଆଧୁନିକ ଶୌଚାଳୟ ପରୀକ୍ଷା ଗାର କରାଯାଇ ଉନତ ଧରଣର ଶିକ୍ଷାଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ସାରା ଓଡ଼ିଶାରେ ଅକ୍ଟୋବର 2 ତାରିଖ ଦିନ ଗାନ୍ଧୀ ଜୟନ୍ତୀରେ ଲୋକାର୍ପଣ କରାଯିବାର ନିର୍ଧାରିତ ହୋଇଛି। ଏହି ପରିଦର୍ଶନ ଦଳରେ ସ୍ଥାନୀୟ ବି ଡି ଓ ସୁଧାକର ରାଇତ, ତହସିଲଦାର ଦେବାଶିଷ କର, ପୂର୍ବତନ ସରପଞ୍ଚ ସାରବୁ ସରକା, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଗିରୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସହ ପୁରୁଣା ଛାତ୍ର ଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।

related posts

Leave a Comment