Home Breaking News ଶୈବ ପୀଠ ନିମା ଝୋଲାର ବିକାଶ ପାଇଁ ତତ୍ପର: ଯୋଗୀଶ୍ରୀ ଚୈତନ୍ୟ ରାମ

ଶୈବ ପୀଠ ନିମା ଝୋଲାର ବିକାଶ ପାଇଁ ତତ୍ପର: ଯୋଗୀଶ୍ରୀ ଚୈତନ୍ୟ ରାମ

by Times One Odia
Share with
     
 
 
   

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଏକ ଆଧ୍ୟାତ୍ମିକ ଜିଲ୍ଲା କହିଲେ ଅତ୍ୟୁକ୍ତି ହେବନାହିଁ କାରଣ ଜିଲ୍ଲାର କୋଣ ଅନୁକୋଣରେ ଶହଶହ ମନ୍ଦିର ରହିଛି । ତନ୍ମଧ୍ୟରୁ ଦୁର୍ଗମ ଉପାନ୍ତ ବ୍ଲକ ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ନିମଝୋଲା ଶୈବପୀଠ ଅନ୍ୟତମ ଅଟେ । ଏହାର କୀର୍ତି ରାଜି ଓ ପ୍ରାକୃତିକ ସୌନ୍ଦର୍ୟ୍ଯ ଅତି ମନୋରମ ଦୃଶ୍ୟ ଅଟେ । ଏହା ଦୁର୍ଗାମ ଏବଂ ଗମନା ଗମନ ର ସୁବିଧା ନ ଥିବାରୁ ଏହାର ବିକାଶ ହୋଇ ପାରୁନାହିଁ । ତେଣୁ ବିଶ୍ବହିନ୍ଦୁ ପରିଷଦ ର ସଭାପତି ରାଜେନ୍ଦ୍ର ସାହୁ ଏବଂ ଯୋଗୀଶ୍ରୀ ଚୈତନ୍ୟ ରାମ ଙ୍କ ସ୍ୱତନ୍ତ୍ର ଗସ୍ତ ଗତ ଥର ହୋଇଥିଲା। ସେଠାରେ ରହି ବିକାଶ କରିବା ପାଇଁ ସନ୍ୟାସୀ ଭାବଗ୍ରାହୀ ନାୟକଙ୍କ ଅଙ୍ଗୀକାରରେ ସେଠାରେ ଏକ ପରିଚାଳନା କମିଟି ଓ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ନେଇ ଏଜ ଅନୁପଚାରିକ ବୈଠଜ ବସିଥିଲା। ସେହି ଭଳି ପୁନଃବାର ଗତ କାଲି ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ଆମନ୍ତ୍ରଣ କ୍ରମେ ଏକ ବୈଠକ ବସିଥିଲା ଏହାର ବିକାଶ ପାଇଁ ସରକାରୀ ସହାୟତା ଏବଂ ଶ୍ରଦ୍ଧାଳୁଙ୍କ ସହଯୋଗରେ ଏଜ ପାନ୍ଥ ନିବାସ ଯାତ୍ରୀ ମାନଙ୍କ ପାଇଁ ଓ ଅନ ପ୍ରସାଦ ପାଇଁ ଭୋଜନାଳୟ କରାଯିବ ବୋଲୀ ଯୋଜନା କରି କାର୍ଯ୍ୟ ଖସଡ଼ା କରୀ କିଛି ଶ୍ରଦ୍ଧାଳୁଂକୁ ଦାଇତ୍ୱ ବଣ୍ଟନ କରାଯିବ। ସନ୍ଥ ସନ୍ୟାସୀ ଭକ୍ତ ମାନଙ୍କ ପାଇଁ ରହିବାକୁ ଏଜ କୁଟୀର ଅବଶ୍ୟଜ ପଡୁଛି ତେଣୁ ଏହି ବିଷୟରେ ଆଲୋଚନା କରିବାକୁ ଯୋଗୀଶ୍ରୀ କହିଥିଲେ । ସୂଚାଇ ଦେବାକୁ ପଡୁଚିକି ଏହି କ୍ଷେତ୍ର ଅତି ସୁନ୍ଦର ପ୍ରକୃତିଜ ସୌନ୍ଦର୍ଯ୍ୟ ରେ ଭରପୁର ଥିବାରୁ ଚନ୍ଦ୍ରପୁର ଓ ଗୁଡରି ଅଂଚଳର ଲୋକ ଏବଂ ଅନ୍ୟ ଜିଲା ତଥା ରାଜ୍ୟର ଲୋକ ଅହରହ ଭଗବାନଙ୍କ ପାଖକୁ ଆସିଥାନ୍ତି କାରଣ ଅପୁତ୍ରିକାକୁ ପୁତ୍ର ଦେବାରେ ଅତି ପ୍ରସିଧ ଅଟେ । ତେଣୁ ଏହି ଅଂଚଳର ଭକ୍ତ ବୃନ୍ଦ ସରକାରଙ୍କ ପର୍ଯ୍ୟଟନ ବିଭାଗକୁ କହିଛନ୍ତି କି ଯଦି ବିଭାଗ ପକ୍ଷରୁ କିଛି ସହଯୋଗ କଟାଯାଏ ତାହେଲେ ପୀଠର ବିକାଶ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି।

related posts

Leave a Comment