Home Breaking News କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ତିଆରି ହୋଇଥିବା ମେଗା ପ୍ରୋଜେଟ ଚାଷୀଙ୍କ କାମରେ ଆସୁନି

କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ତିଆରି ହୋଇଥିବା ମେଗା ପ୍ରୋଜେଟ ଚାଷୀଙ୍କ କାମରେ ଆସୁନି

by Times One Odia
Share with
     
 
 
   

ଭଞ୍ଜନଗର(ସୁରେଶ କୁମାର ସୁବୁଦ୍ଧି): ଚାଷୀର ଉର୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଛ କରୁଛନ୍ତି । କାରଣ ଚାଷୀ ହେଉଛି ଦୁନିଆ ର ମେରୁଦଣ୍ଡ । ଚାଷୀ ହସିଲେ ସଭିଏ ହସିବେ । ପ୍ରତେକ ସମୟରେ ଚାଷୀ ନିଜ କୁ କଷ୍ଟ ଦେଇ ମୁଣ୍ଡର ଝାଳ ତୁଣ୍ଡରେ ମାରି ସମସ୍ତଙ୍କୁ ଆହାର ଯୋଗାଇଥାଏ । କିନ୍ତୁ ତାହାରି ଦୁଖ ଶୁଣିବାକୁ ପାଖରେ କିଏ ନାହି ।

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ରେ ଚାଷୀ ର କ୍ଷେତ କୁ ପାଣି ଯୋଗାଇବା ପାଇଁ ସରକାର ଙ୍କ ତରଫରୁ ମେଗା ପ୍ରୋଜେକ୍ଟ ମାଧ୍ୟମ ରେ ତିନି ଗୋଟି ପ୍ରୋଜେଟ 100 ରୁ ଉର୍ଦ୍ଧ କୋଟି ଟଙ୍କା ବିନିଯୋଗ ରେ କରାଗଲା । ସୋରଡା ,ମୁର୍ଗାପଲ୍ଲୀ ,ଗୋକୁଳପୁର ଠାରେ । ଦୁଇ ବର୍ଷ ତଳେ ଯୁଦ୍ଧ କାଳୀନ ଭିତରେ କାମ ଚାଲିଲା । ଚାଷୀର ବିଲ ରେ ପାଇପ ବିଛାଗଳା। ସରକାର ଚାଷ ଜମିକୁ ପାଣି ବର୍ଷ ସାରା ଦେବା ପାଇଁ ବ୍ୟବସ୍ତା କରୁଛନ୍ତି ଏହା ଶୁଣି ଚାଷୀ ଖୁସି ହୋଇଗଲେ । ଅଞ୍ଚଳବାସୀ ବର୍ଷ ସାରା ଫସଲ କରିବା ପାଇଁ ଅଣ୍ଟାଭିଡ଼ିଲେ ଆଉ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ l ସୋରଡା ର ଗୋକୁଳପୁର ଠାରେ ମଧ୍ୟ ଏହି ମେଗା ପ୍ରୋଜେଟ ଆରମ୍ଭ ହେଲା । ତିନୋଟି ପଞ୍ଚାଯତ ର ଡୁମ୍ବୂଳ| ,ମାଣିଆକାଠି ,ଧନପୁର ,ଖାରିଗୁଡା ,ଗୋକୁଳପୁର ,କୁଟିଳଗୁଡା ,ପତମା ,ହସ୍ତିନା ,ହରିପୂର ,ଗୁଡାରି ,ମାଧପୁର ,ଏହିପରି ଗ୍ରାମର 500 ହେକ୍ଟର ଚାଷ ଜମି କୁ ପାଣି ଯିବ । ଦୁଇ ହଜାର ପରିବାର ଉପକୃତ ହେବେ କାରଣ ଏଠିକାର ସମସ୍ତେ ଚାଷୀ ପରିବାର । ସମସ୍ତ ଙ୍କ ଜମି ପଡିଆ ପଡୁଥିଲା କେବଳ ବର୍ଷା ଦିନେ ମାଣ୍ଡିଆ ,ସୁଆ ,ବିରି ,ମୁଗ ,କାନ୍ଦୁଲ କରି ଚଲୁଥିଲେ । ଗ୍ରାମର ସଭିଏ ନିସ୍ପତି ନେଲେ ଦାଦନ ଜୀବାନି କ୍ଷେତରେ ଖଟି ଖୁସିରେ ଚଳିବା । କାରଣ ଆମ ପାଇଁ ପାଣି ସୁବିଧା ହୋଇଗଲା । ଚଳିତ ବର୍ଷ ଜମିରେ ଧାନ ତଳି ପକାଇଦେଲେ । ବାଇଗଣ ଲଗାଇଲେ । ବୋଇତାଳୁ ,ଜହ୍ନି ଲଗାଇ ପାଣି ଉପରେ ଭରସା କଲେ । କିନ୍ତୁ ତାଙ୍କରି ସବୁ ଆଶା ଧୂଳିସାତ ହୋଇଗଲା ଯେଉଁ ପାତମା ନଦୀ କୂଳରେ ପ୍ରୋଜେକ୍ଟ ଆରମ୍ଭ ହୋଇଛି ସେହି ନଦୀ ଗର୍ଭ ରେ ବୋରିଙ୍ଗ ହୋଇଛି ପାଣି ଭିତରେ ତାହା ବୁଡି ରହିଲେ ମୋଟର ଲଗାଇ କ୍ଷେତକୁ ପାଣି ଛଡାଯାଏ । କିନ୍ତୁ ନଦୀରେ ଅଧିକ ପାଣି ଆସିବା ଯୋଗୁ ନଦୀରେ କରିଥିବା ପଥର ହିଡ ଭାସି ପଳାଇଲା ଯାହା ଫଳରେ ପାଣି ମୋଟର ଦ୍ଵାରା ଉଠିଲାନି । ତାହା ସବୁ ବନ୍ଦ ହୋଇଗଲା । ଚାଷୀ ର ଜମିରେ ଲାଗିଥିବା ଧାନ ତଳି ,ବାଇଗଣ ସବୁ ନଷ୍ଟ ହେବାରେ ଲାଗିଲାଣି । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।

ଅନ୍ୟପଟେ ଆଜି ଶହ ଶହ ଚାଷୀ ଆସି ମେଗା କମ୍ପାନୀ ଗେଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଉପସ୍ଥିତ ଥିବା କମ୍ପାନୀ ର କର୍ମଚାରୀ କହିଛନ୍ତି ନଦୀରେ ବନ୍ଧା ଯାଇଥିବା ପଥର ହିଡ଼ ଧୋଇହୋଇଯାଇଛି ଜାଫଳରେ ନଦୀରେ ପାଣି ଷ୍ଟୋରେଜ ରହୁନି ଜାଫଳରେ ଚାଷୀଙ୍କୁ ଆବଶ୍ୟକ ପାଣି ଯୋଗାଇ ହେଉନି କମ୍ପାନୀ ପକ୍ଷରୁ ସରକାର ଙ୍କୁ ଚିଠି ଲେଖା ହୋଇଛି ଆଡିବନ୍ଧ ନିର୍ମାଣ ହେଲେ ପୁଣି ଚାଷୀଙ୍କୁ ପାଣି ଯୋଗାଇଦିଆଯିବ l

related posts

Leave a Comment