Home Breaking News / ତାଜା ଖବର ଆସନ୍ତାକାଲି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପାଇଁ ଲଢିବେ ଲଭଲିନା: ଦିନ ୧୧ଟାରେ ମୁକାବିଲା

ଆସନ୍ତାକାଲି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପାଇଁ ଲଢିବେ ଲଭଲିନା: ଦିନ ୧୧ଟାରେ ମୁକାବିଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ପଦାର୍ପଣରେ କମାଲ କରିଥିବା ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେଁ ଆସନ୍ତାକାଲି ସବୁଠୁ ବଡ ମୁକାବିଲା ଲଢିବେ । ବୁଧବାର ଅଗଷ୍ଟ ୪ ତାରିଖରେ ରହିଛି ୬୪-୬୯ କେଜି ବର୍ଗ ମହିଳା ମୁଷ୍ଟି ଯୁଦ୍ଧର ସେମି ଫାଇନାଲ ମୁକାବିଲା । ସକାଳ ୧୧ ଟାରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଭାରତର ଲଭଲିନା ବୋରଗୋହେଁ ତୁର୍କୀର ବୁସେନାଜ ସୁରମେନେଲିଙ୍କୁ ଭେଟିବେ । ତୁର୍କୀର ଏହି ଖେଳାଳି ବିଶ୍ୱ ଚାମ୍ପିଅନ ଅଟନ୍ତି । ତଥାପି ତାଙ୍କ ବିପକ୍ଷରେ ନିଜର ଦମ୍ ଲଗାଇ ଦେଇ ଲଭଲିନା ଚଳିତ ଟୋକିଓ ଅଲିମ୍ପିକ୍ସରେ ଫାଇନାଲକୁ ପ୍ରବେଶ କରିବା ନେଇ ଆଶାବାଦୀ ରହିଛନ୍ତି ।
ଚଳିତ ଟୋକିଓ ଅଲିମ୍ପିକ୍ସରେ ସେମି ଫାଇନାଲକୁ ପ୍ରବେଶ କରିବାରେ ଲଭଲିନା ହେଉଛନ୍ତି ପ୍ରଥମ ମହିଳା ବକ୍ସର । ଅନ୍ୟ ସମସ୍ତେ ନିରାଶ କରିଥିବା ବେଳେ ବର୍ତମାନ ଲଭଲିନା ଦେଶ ପାଇଁ ଗୋଟିଏ ପଦକ ପକ୍କା କରିସାରିଛନ୍ତି । ତେବେ ବର୍ତମାନ ଅପେକ୍ଷା ସେହି ପଦକର ରଙ୍ଗ କଣ ହେବ । କାରଣ ସେମିରେ ପରାସ୍ତ ହେଲେ ଲଭଲିନାଙ୍କୁ ମିଳିବ କାଂସ୍ୟ ପଦକ । ସେମି ଫାଇନାଲରେ ବିଜୟୀ ହୋଇ ଫାଇନାଲକୁ ଗଲେ ସ୍ୱର୍ଣ୍ଣ କିଂବା ରୌପ୍ୟ ପଦକ ମଧ୍ୟରୁ ଗୋଟିଏ ନିଶ୍ଚିତ ଦାବିଦାର ବନିଯିବେ ଲଭଲିନା । ତେଣୁ ଅଲିମ୍ପିକ୍ସରେ ଗୋଟିଏ ପଦକ ପକ୍କା କରିଥିବା ଲଭଲିନା ବର୍ତମାନ ଦେଶ ପାଇଁ ସୁନା ନେଇ ଫେରିବେ ବୋଲି ଆଶା ବାଦୀ ଅଛନ୍ତି । ୧୩୦ କୋଟି ଦେଶବାସୀ ମଧ୍ୟ ଲଭଲିନାଙ୍କ ଠାରୁ ଏହି ଆଶାରେ ରହିଛନ୍ତି । ବିଶ୍ୱ ଚାମ୍ପିଅନ ବକ୍ସଲ ଏମସି ମେରିକମ୍ ବିନା ପଦକରେ ଅଲିମ୍ପିକ୍ସରୁ ବିଦାୟ ନେଇଥିବାରୁ ଏବେ ସମସ୍ତଙ୍କ ଆଶା ଓ ଭରସା ପାଲଟିଛନ୍ତି ଲଭଲିନା ବୋରଗୋହେଁ ।

related posts

Leave a Comment