Home Breaking News / ତାଜା ଖବର ବଡମ୍ବା ବିଧାୟକଙ୍କ ଦ୍ଵାରା କୃଷି ସାମଗ୍ରୀ ବଣ୍ଟନ

ବଡମ୍ବା ବିଧାୟକଙ୍କ ଦ୍ଵାରା କୃଷି ସାମଗ୍ରୀ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତିସ୍ୱର ରଣା): ଚାଷୀର ଉନ୍ନତି ଆମ ପ୍ରଗତି |ଏହି ନାରା ଦେଇ , ବିଧାୟକ ଦେବୀ ପ୍ରସାଦ ମିଶ୍ର .କୃଷିର ଉନ୍ନତି ପାଇଁ ଚାଷୀଙ୍କୁ କୃଷି ଉପକରଣ ବାଣ୍ଟିଲେ |କଟକ ଜିଲ୍ଲା ବଡମ୍ବା ବ୍ଲକ ଗଡାପୋଖରୀ ଗ୍ରାମପଞ୍ଚାୟତ ରେ ବ୍ଲକ ଅଧକ୍ଷା ଅନୁସୟା ନାୟକ ଙ୍କ ପରିଚାଳନରେ ଗଡାପୋଖରୀ ପଂଚାୟତ ରେ ମହିଳା ମାନଙ୍କୁ କୃଷି ଉପକାରୀତା ସାମଗ୍ରୀ ବଣ୍ଟନ ହୋଇଥିଲା |ଏହି କାଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ବଡମ୍ବା ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ରହି କିଭଳି ମହିଳା ମାନେ ରାଜ୍ୟ ସରକାରଙ୍କ ତରଫରୁ ଆସୁଥିବା ଅନୁଦାନ ପାଇବେ ସେ ବିଷୟରେ ଶ୍ରୀ ବିଧାୟକ ମିଶ୍ର ତାଙ୍କ ବକ୍ତବ୍ୟ ରେ କହିଥିଲେ| ପ୍ରଥମ ପର୍ଯ୍ୟାୟରେ ପାଞ୍ଚଲକ୍ଷ ଟଙ୍କାର କୃଷି ଜିନିଷ ପ୍ରଦାନ କରିଥିଲେ ଓ ବତୀସି ଲକ୍ଷ ଟଙ୍କାର ଖାଦ୍ୟ ଉତ୍ପାଦନ କେମିତି କରାଯିବସେ ସମ୍ପର୍କ ରେ ଶ୍ରୀ ମିଶ୍ର ଆଲୋକପାତ କରିଥିଲେ |ଏହି କାଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ଓଡ଼ିଶା ଜୀବିକା ମିଶନ ର ବିପିଏମ ମୋନାଲିସି ତ୍ରିପାଠୀ,ଗଡାପୋଖରୀ ସରପଞ୍ଚ ସମିତି ସଭ୍ୟ ସମସ୍ତ ବିଏଲସି ଓ ଗ୍ରାମବାସୀ ଉପସ୍ଥିତ ଥିଲେ|ଜନସାଧାରଣ ଙ୍କ ହିତ ପାଇଁ ବିଧାୟକ ଙ୍କ ପ୍ରୟାସ କୁ ସମସ୍ତେ ପ୍ରଶଂସା କରିଛନ୍ତି |

related posts

Leave a Comment