Home Breaking News / ତାଜା ଖବର ରେଳ ଷ୍ଟେସନ ରାସ୍ତାରେ ଗର୍ତ୍ତକୁ ଅନୁଧ୍ୟାନ କଲେ ବି ଡି ଓ ତହସିଲଦାର

ରେଳ ଷ୍ଟେସନ ରାସ୍ତାରେ ଗର୍ତ୍ତକୁ ଅନୁଧ୍ୟାନ କଲେ ବି ଡି ଓ ତହସିଲଦାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ସିକରପାଇ ରେଳ ଷ୍ଟେସନ ରାସ୍ତାରେ ଏକ ଗର୍ତ ସୃଷ୍ଟି ହୋଇ ଥିବା ଖବର ଗଣ ମାଧ୍ୟମ ରେ ପ୍ରକାଶ ଓ କିଛି ଯୁବ ଗୋଷ୍ଠୀ ଗତ କାଲି ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଯାଇଥିଲେ।ଏହି ରେଳଷ୍ଟେସନ କୁ ଯିବାପାଇଁ ମାତ୍ର ଏହି ରାସ୍ତା ରହିଛି ଏହି ରାସ୍ତା ଉପରେ ଲକ୍ଷ ଲକ୍ଷ ଲୋକ ନିର୍ଭର କରି ଚଳନ୍ତି। ଏହି ଅଞ୍ଚଳକୁ ଏକମାତ୍ର ରାଜଧାନୀ ଭୁବନେଶ୍ବର କୁ ସଂଯୋଗ କରୁଥିବା ଏବଂ ରାଜ୍ୟ ବାହାରକୁ ଯାଉଠୁବା ଧାରଣା ଅଟେ। ବି ଡି ଓ ସୁଧାକର ରଇତ ଓ ତହସିଲଦାର ଦେବାଶିଷ କର ଘଟଣା ସ୍ଥଳକୁ ଯାଇ ଦେଖି ସ୍ଥାନୀୟ ଷ୍ଟେସନ ମାଷ୍ଟରକୁ ଭେଟି ପଚାରି ବୁଝିଥିଲେ। ଷ୍ଟେସନ ମାଷ୍ଟର ଏ ବିଷୟରେ ଆମେ ଅବଗତ ଅଛୁ ବିଭାଗକୁ ଫଟୋ ଚିତ୍ର ସହ ଜଣାଇ ଦିଆଯାଇଛି ଶୀଘ୍ର ମରାମତି କରାଯିବ ବୋଲି ମନ୍ତବ୍ୟ ଦେଇଥିଲେ।

related posts

Leave a Comment