Home Breaking News ବ୍ରୋଞ୍ଜ ପଦକ ବିଜୟିନୀ ପି.ଭି.ସିନ୍ଧୁ ଭାରତ ଫେରିବା ପରେ ବିପୁଳ ସମ୍ବର୍ଦ୍ଧନା

ବ୍ରୋଞ୍ଜ ପଦକ ବିଜୟିନୀ ପି.ଭି.ସିନ୍ଧୁ ଭାରତ ଫେରିବା ପରେ ବିପୁଳ ସମ୍ବର୍ଦ୍ଧନା

by Times One Odia
Share with
     
 
 
   

ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ପି.ଭି.ସିନ୍ଧୁ ଭାରତ ଫେରିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର‌୍ୟ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଂସ୍କୃତି ଓ ପର‌୍ୟ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡୀ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପରମାଣିକ ସିନ୍ଧୁ ଓ ତାଙ୍କ କୋଚ୍ ପାର୍କ ତାଇ ସାଂଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ଏହି କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ସିନ୍ଧୁଙ୍କ ପିତାମାତା ପି.ଭି.ରମନ୍ନା ଓ ପି.ବିଜୟାଙ୍କୁ ହାଇଦ୍ରାବାଦରୁ ସ୍ବତନ୍ତ୍ରଭାବେ ଆମନ୍ତ୍ରଣ କରାଯାଇଥିଲା ।
ଏହି ସମ୍ବର୍ଦ୍ଧନାକୁ ଗ୍ରହଣ କରି ସିନ୍ଧୁ କହିଥିଲେ ଯେ ସେମିଫାଇନାଲକୁ ଯାଇପାରିନଥିବାରୁ ସେ ଟିକିଏ ଦୁଃଖିତ ଅଛନ୍ତି, ମାତ୍ର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତି ସେ ସନ୍ତୋଷ ଅନୁଭବ କରୁଛନ୍ତି ।

related posts

Leave a Comment