ରାଇକିଆ(ରଜତ କୁମାର ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ନାଗରିକ ମଞ୍ଚ ପକ୍ଷରୁ ସୋମବାର ମଞ୍ଚ କାର୍ଯ୍ୟାଳୟରେେ ବିଡ଼ିଓ ପ୍ରବିଣ କୁମାର ବାଣୁଆଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ଶ୍ରୀ ବାଣୁଆ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ୍ କୁ ବଦଳି ହୋଇଛନ୍ତି। ଶ୍ରୀ ବାଣୁଆ ୨୫ ସେପ୍ଟେମ୍ବର ୨୦୧୯ ରେ ରାଇକିଆ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହି ସମୟର ମଧ୍ୟରେ କରୋନା ଭୁତାଣୁ ଜନିତ ସଂକ୍ରମଣର ଭୟଂକର ମହାମାରୀକୁ ରାଇକିଆ ବ୍ଲକ୍ ରେ ରୋକିବାକୁ ବହୁ ଚେଷ୍ଟା କରି ପ୍ରଶାସନିକ ଅଧିକାରୀ ଭାବେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନା କରିଥିଲେ। ଏବଂ ପ୍ରାୟ ଦୁଇ ବର୍ଷ ମଧ୍ୟରେ ବ୍ଲକ୍ ର ବିଭିନ୍ନ ଅପହଞ୍ଚ,ଦୁର୍ଗମ ଏବଂ ମାଓପ୍ରବଣ ଅଞ୍ଚଳରେ ସରକାରଙ୍କ ଜନହିତକର ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ସ୍ବଛତା ଏବଂ ନିର୍ଭିକ ଭାବେ କାର୍ଯ୍ୟକୁ ତ୍ବରାନ୍ବିତ କରୁଥିବା ଯୋଗୁଁ ନାଗରିକ ମଞ୍ଚ ତରଫରୁ ଶ୍ରୀ ବାଣୁଆଙ୍କୁ ଫୁଲ ତୋଡା,ଉପଢୌକନ ସହ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା କରାଯାଇଛି। ଏବଂ ତାଙ୍କ କାର୍ଯ୍ୟ ଦକ୍ଷତା, ସ୍ଵଚ୍ଛତା,ପାରିଶ୍ରମିକତା ଯୋଗୁଁ ପ୍ରଶଂସା କରାଯିବା ସହ ସାଧୁବାଦ ଜଣାଯାଇଛି । ଶ୍ରୀ ବାଣୁଆ ମଧ୍ୟ ଏହି ବ୍ଲକ ରେ କାର୍ଯ୍ୟରତ ସମୟରେ ମଞ୍ଚର ସଦସ୍ୟ ତଥା ଅଞ୍ଚଳ ବାସିଙ୍କ ତରଫରୁ ପ୍ରଶାସନଙ୍କୁ ସହୋଯୋଗ କରିଥିବା ଯୋଗୁଁ ଧନ୍ୟବାଦ ଜଣାଇଥିଲେ।ଏବଂ ଯାହାସବୁ ଜନ ହିତକର କାର୍ଯ୍ୟ ଅଧୁରା ରହିଯାଇଛି ତାହା ନୂତନ ବିଡ଼ିଓଙ୍କୁ ସହୋଯୋଗରେ କାର୍ଯ୍ୟ କରିବାପାଇଁ କହିଥିଲେ ଶ୍ରୀ ବାଣୁଆ।
ଉକ୍ତ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ମଞ୍ଚ ସଭାପତି ସୁଶାନ୍ତ କୁମାର ଜେନା, ଉପସଭାପତି ରଜତ କୁମାର ନାୟକ କୋଷାଧ୍ୟକ୍ଷ ସିମାଞ୍ଚଳ ଦିଗାଳ, ସମ୍ପାଦକ ମାନେଶ୍ୱର ଦିଗାଳ, ଗୀତାଞ୍ଜଳି ନାୟକ, ନଳିନୀକାନ୍ତ ନାୟକ,ରାଜେନ୍ଦ୍ର ପାଳ,ବିଜୟ ପରିଛା, ତାରିଣୀ ପରିଛା ଏବଂ ମଞ୍ଚର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।ସଭା ଶେଷରେ ସୁରେନ୍ଦ୍ର ଦିଗାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରାଇକିଆ ଅଞ୍ଚଳ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଶ୍ରୀ ବାଣୁଆଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି।
ରାଇକିଆ ନାଗରିକ ମଞ୍ଚ ପକ୍ଷରୁ ବିଡ଼ିଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
Share with