ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଯୁବ ବିକାଶ ପରିଷଦ ତରଫରୁ ସଦର ମହକୁମାର ପୌର ପରିଷଦ ର ମାନମୁଖୀ କାମରେ ଅତିଷ୍ଠ ହୋଇ ଆଜି ଏକ ପ୍ରତିନିଧି ଦଳ ଯୁବବିକାଶ ପରିଷଦର ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ନିର୍ବାହୀ ଯନ୍ତ୍ରୀ ୟସୀର ଅହମଦ ଙ୍କୁ ଏକ କେତେକ ଦାବୀ ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏଠି ଇଉଜର ଫିସ ଛାଡ, ସ୍ମଶାନ ଘାଟ ର ସମସ୍ୟାର ସମାଧାନ, ଡ୍ରେନେଜ ସମସ୍ୟା, ଗରିବ ଲୋକମାନଙ୍କ ରାସନ କାର୍ଡ ର ସମସ୍ୟା ସମାଧାନ ଓ ନୂତନ କାର୍ଡ ପ୍ରଦାନ, ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଠାରୁ ଲାଞ୍ଚ ଆଦାୟ କରିବା ବନ୍ଦ,ସହରୀ ଗରିବ ବସିନ୍ଦାଙ୍କୁ ଆବାସ ଯୋଜନାରେ ଟାଲ ଟୁଲ ନୀତିକୁ ବିରୋଧ କରି ସହର ବାସୀଙ୍କୁ ନ୍ୟାୟ ଦାବିକାରୀ ଆଜି ପରିଷଦ ଫେରାଦ ହେଇଚି ସହର ବାସୀଙ୍କ ଅସୁବିଧା ଗୁଡିକ ଶୀଘ୍ର ସମାଧାନ କରିବାଜୁ ଦାବୀ କରାଯାଇଛି । ପ୍ରକାଶ ଥାଉକି ଯୁବ ବିକାଶ ପରିଷଦ ଏଜ ଅଣ ରାଜନୈତିକ ସମାଜିଜ ସଂଗଠନ ଅଟେ। ଗତ ଦଶ ବର୍ଷ ହେବ ସମାଜର ମୌଳିକ ସମସ୍ୟାର ସମାଧାନ ନିମନ୍ତେ ଲଢେଇ ଜାରି ରହିଛି । ଆଗକୁ ଏହି ଦାବୀ ଗୁଡିକ ପାଇଁ ଦରକାର ପଡ଼ିଲେ ଆନ୍ଦୋଳନ ହାତକୁ ନେବାକୁ ପଛାଇବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।
ଯୁବ ବିକାଶ ପରିଷଦ ତରଫରୁ ପୌରପାଳିକା ନିର୍ବାହୀ ଯନ୍ତ୍ରୀଙ୍କୁ ଦାବୀପତ୍ର
Share with