Home Breaking News ଧରାପଡିଲା ଚୋର

ଧରାପଡିଲା ଚୋର

by Times One Odia
Share with
     
 
 
   

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଥାରେ ଅଛି,”ଚୋର ଘର ସବୁଦିନେ ଅନ୍ଧାର ନାହିଁ”। ଦୁଇ ଦୁଇ ଥର ଚୋରି କରି ଖସି ଯାଇଥିଲା ଚୋର। ଆଜି କିନ୍ତୁ ଚୋରି କଲାବେଳେ ଅଠା କାଠି ରେ ଧରା ପଡ଼ିଲା ଚୋର।କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସରପଡା ଠାରେ ଥିବା ହନୁମାନ ମନ୍ଦିର ରୁ ଦୁଇ ଦୁଇ ଥର ଚୋରି ହେବା ପରେ ପୋଲିସ ଲୁଟେରା କୁ ଧରି ପାରିନଥିଲା। ଆଜି ସକାଳୁ ସକାଳୁ ଚୋର ମନ୍ଦିରରେ ଥିବା ମାଇକ୍ ମେସିନ୍,ମାଇକ୍ରୋଫୋନ, ଠାକୁରଙ୍କ ସାମଗ୍ରୀ ଚୋରି କରି ନେଇ ଯାଉଥିବା ବେଳେ ଗ୍ରାମବାସୀଙ୍କ ଦ୍ବାରା ଧରାପଡ଼ି ଉତ୍ତମ ମଧ୍ୟମ ଖାଇ ପୋଲିସ ଦ୍ବାରା ଥାନାକୁ ଗଲା। ଏହି ହନୁମାନ ମନ୍ଦିର ରୁ ଏହି ଚୋର ଆଗରୁ ଦୁଇ ଦୁଇ ଥର ଏଭଳି ଜିନିଷ ଚୋରି କରିଥିବା କଥା ପୋଲିସ ଆଗରେ ସ୍ବୀକାର କରିଥିବା ଏବଂ ଏହି ଚୋର ର ଆଉ ଜଣେ ସହଯୋଗୀ କୁ ନିଶ୍ଚିନ୍ତକୋଇଲି ପୋଲିସ ସାଲେପୁର ର ଏକ ମଦ ଦୋକାନ ପାଖରୁ ଗିରଫ କରିଥିବା ସୂଚନା ମିଳିଛି। ଏହି ଦୁଇ ଜଣ ଲୁଟେରା ଙ୍କ ଘର କେନ୍ଦୁପାଟଣା ପଂଚାୟତର ରିସିଓ ଗାଁ ରେ ବୋଲି ଜଣାପଡିଛି।

related posts

Leave a Comment