Home Breaking News / ତାଜା ଖବର ଟୋକିଓ ଅଲିମ୍ପିକ୍ସ- ସେମିରେ ବେଲଜିୟମ ଠାରୁ ହାରିଲା ଭାରତ, ଏବେ କାଂସ୍ୟ ପାଇଁ ଖେଳିବ

ଟୋକିଓ ଅଲିମ୍ପିକ୍ସ- ସେମିରେ ବେଲଜିୟମ ଠାରୁ ହାରିଲା ଭାରତ, ଏବେ କାଂସ୍ୟ ପାଇଁ ଖେଳିବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ, ଆଜି ଖେଳାଯାଇଥିବା ପ୍ରଥମ ସେମି ଫାଇନାଲ ମ୍ୟାଚରେ ଶକ୍ତିଶାଳୀ ବେଲଜିୟମ ଠାରୁ ପରାସ୍ତ ହେଲା ସତ କିନ୍ତୁ ଖେଳାଳିଙ୍କ ପ୍ରଦର୍ଶନ ସମସ୍ତଙ୍କ ମନ ଜିଣିନେଇଛି । ଶେଷ କ୍ୱାର୍ଟରକୁ ବାଦ୍ ଦେଲେ ଅନ୍ୟ ତିନୋଟି କ୍ୱାର୍ଟରରେ ଖେଳ ଭାରତ ନିକଟରେ ରହିଥିଲା । ଫଳାଫଳ ଭାରତ ନିଜ ସପକ୍ଷରେ କରିପାରିଥାନ୍ତା । ବେଲଜିୟମର ଡ୍ରାଗ ଫ୍ଲିକରଙ୍କ ହ୍ୟାଟ୍ରିକ୍ ଗୋଲ୍ ଶେଷ ଆଡକୁ ମ୍ୟାଚକୁ ଭାରତ ଠାରୁ ୫-୨ ଗୋଲରେ ପୁରା ଛଡାଇ ନେଇଥିଲା । ଭାରତୀୟ ପୁରୁଷ ହକି ଦଳ ଆଜି ବିଶ୍ବ ଚାମ୍ପିଅନ ବେଲଜିୟମଠାରୁ ହାରି ଫାଇନାଲ ଯାଇପାରିନଥିଲେ ବି ପଦକ ଆଶା ଶେଷ ହୋଇନାହିଁ । କାଂସ୍ୟ ବା ବ୍ରୋଞ୍ଜ୍ ପଦକ ଜିତିବାର ବିକଳ୍ପ ଏବେ ବି ଭାରତ ପାଇଁ ଖୋଲା ରହିଛି । ତେବେ ଏଥିପାଇଁ ଭାରତକୁ ଶକ୍ତିଶାଳୀ ଜର୍ମାନୀକୁ ହରାଇବାକୁ ପଡ଼ିବ ।
ପ୍ରଥମ ସେମିରେ ଭାରତ ବେଲଜିୟମଠାରୁ ୫-୨ରେ ହାରିଯାଇଥିବାବେଳେ ୨ୟ ସେମିରେ ଅଷ୍ଟ୍ରେଲିଆ ଜର୍ମାନୀକୁ ୩-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୫ ତାରିଖରେ ପୁରୁଷ ହକିର ଫାଇନାଲ ଅଷ୍ଟ୍ରେଲିଆ ଓ ବେଲଜିୟମ ମଧ୍ୟରେ ହେବ । ସେହିଦିନ ବ୍ରୋଞ୍ଜ୍ ପଦକ ପାଇଁ ଭାରତ ଓ ଜର୍ମାନୀ ମଧ୍ୟରେ ମୁକାବିଲା ହେବ ।

related posts

Leave a Comment