Home Breaking News / ତାଜା ଖବର ଟୋକିଓ ଅଲିମ୍ପିକ୍ସ – ବୁଧବାର ସେମିରେ ଆର୍ଜେଂଟିନାକୁ ଭେଟିବ ଭାରତୀୟ ମହିଳା ହକି ଟିମ

ଟୋକିଓ ଅଲିମ୍ପିକ୍ସ – ବୁଧବାର ସେମିରେ ଆର୍ଜେଂଟିନାକୁ ଭେଟିବ ଭାରତୀୟ ମହିଳା ହକି ଟିମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓ ଅଲିମ୍ପିକ୍ସରେ ଏବେ ବି ପଦକ ଆଶା ବଜାୟ ରଖିଛି ଭାରତୀୟ ମହିଳା ହକି ଦଳ । ବୁଧବାର ଅଗଷ୍ଟ ୪ ତାରିଖରେ ଭାରତୀୟ ମହିଳା ହକି ଦଳ , ଅଲିମ୍ପିକ୍ସ ସେମି ଫାଇନାଲରେ ଆର୍ଜେଂଟିନାକୁ ଭେଟିବ । ଗତ ସୋମବାର ଭାରତୀୟ ମହିଳା ହକି ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚଳିତ ଅଲିମ୍ପିକ୍ସରେ ବଡ ଧରଣର ଓଲଟ ପାଲଟ କରିଦେଇଛି । ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ ୩ ଥର ଅଲିମ୍ପିକ୍ସ ଚାମ୍ପିଅନ୍ ଦଳ । ଭାରତୀୟ ଦଳ ଏହା ବିରୋଧରେ ବିଜୟ ପରେ ଉଚ୍ଚ ମନୋବଳରେ ରହିଛି । ବୁଧବାର ଆର୍ଜେଂଟିନା ବିରୋଧରେ ଦଳ ଭଲ ପ୍ରଦର୍ଶନ କରି ଐତିହାସିକ ଅଲିମ୍ପିକ୍ସ ପଦକ ଆଡକୁ ଅଗ୍ରସର ହେବ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଏବେ ଗୋଲ୍ଡ କିଂବା ସିଲଭର ପଦକ ପକ୍କା କରିବାକୁ ହେଲେ ଆଉ ଗୋଟିଏ ବିଜୟ ଆବଶ୍ୟକ । ଭାରତୀୟ ପୁରୁଷ ଦଳ ଏହି ଅଭିଯାନରୁ ବିଫଳ ରହିଥିବାରୁ ପୁରା ଦେଶବାସୀଙ୍କ ଆଶା ଭାରତୀୟ ମହିଳା ହକି ଦଳ ଉପରେ ରହିଛି । ରାଣୀ ରାମପାଲଙ୍କ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦେଶବାସୀ ଆଶା ରଖିଛନ୍ତି ।

related posts

Leave a Comment