Home Breaking News / ତାଜା ଖବର ଗାଁ ପାଇଁ ଗୌରବ ଆଣିଲେ ମୁନିଗାଡ଼ିର ପ୍ରୀତିରାଣୀ

ଗାଁ ପାଇଁ ଗୌରବ ଆଣିଲେ ମୁନିଗାଡ଼ିର ପ୍ରୀତିରାଣୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା(ସୁରେଶ କୁମାର ସୁବୁଦ୍ଧି): ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମର ଜଣେ ଝିଅ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ନିଜ ଗାଆଁ ପାଇଁ ଗୌରବ ଆଣିଦେଇଛନ୍ତି I ସୂଚନା ପ୍ରକାରେ ମୁନିଗାଡ଼ି ଗ୍ରାମର ଏସ୍. ବାଲ୍ ରାଜୁ ଆଚାରୀ ଏବଂ ଭାରତୀ ଆଚାରୀଙ୍କ ସୁପୁତ୍ରୀ ଏସ୍.ପ୍ରୀତିରାଣୀ ଆଚାରୀ ଚଳିତ ବର୍ଷ ବ୍ରହ୍ମପୁର ଜୟ ପ୍ରକାଶ ନଗର ସ୍ଥିତ ନାଳନ୍ଦା ବିଦ୍ୟା ମନ୍ଦିରରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ I କରୋନା କଟକଣା ହେତୁ ଯୁକ୍ତ ଦୁଇ ପରୀକ୍ଷା ହୋଇ ପାରିନଥିବାରୁ ଏକ ସ୍ଵତନ୍ତ୍ର ପଦ୍ଧତିରେ ଶିକ୍ଷା ବିଭାଗ ତରଫରୁ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ହୋଇଥିଲା I ଏହି ମୂଲ୍ୟାୟନରେ ପ୍ରୀତି ମୋଟ 600 ନମ୍ବର୍ ରୁ 542 ନମ୍ବର୍ ରଖି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି I ପ୍ରୀତିର ଏହି ସଫଳତା ପାଇଁ ମୁନିଗାଡ଼ି ଗ୍ରାମବାସୀଙ୍କ ସମେତ ପୋଷ୍ଟ୍ ମାଷ୍ଟର୍ ବଂଶୀଧର ଗୌଡ଼, ଶିକ୍ଷକ ମନୋଜ କୁମାର ତ୍ରିପାଠୀ, ବାଳକୃଷ୍ଣ ସାବତ, ରଘୁନାଥ ସାହୁ, ଭାସ୍କର ସାହୁ, ଜୟରାମ ସ୍ୱାଇଁ, ଭଞ୍ଜ କିଶୋର ଗୌଡ଼, ପ୍ରଭାକର ବିଷୋୟୀ, ଅଳକା ପଣ୍ଡା, କାଳୁ ଚରଣ ଖଣ୍ଡୁଆଳ, ପ୍ରଦୀପ କୁମାର ସାହୁ,ସଙ୍ଗୀତା ମଞ୍ଜରୀ ଶତପଥୀ ଏବଂ ଅବସରପ୍ରାପ୍ତ ଏବିଇଓ ରାଜ୍ କିଶୋର ମହାନ୍ତିଙ୍କ ସମେତ ମୁନିଗାଡ଼ି ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I

related posts

Leave a Comment