ଅସ୍ତରଙ୍ଗ(ପ୍ରସନ୍ନ ଜେନା): ପୁରୀ ଜିଲ୍ଲା କାକଟପୁର ବ୍ଲକ କୁଣ୍ଡେଇ ଗ୍ରାମପଂଚାୟତ ରେ ଦୁର୍ନୀତି ଚରମ ସୀମାରେ ପହଂଚିଥିବା ବେଳେ ପଂଚାୟତ କର୍ମଚାରୀ ଓ ଗ୍ରାମପଂଚାୟତ ଜନପ୍ରତିନିଧିମାନଙ୍କ ଙ୍କ ଦ୍ଵାରା କରାଯାଇଥିବା , ବିଭିନ୍ନ ଊନୟନ ମୂଳକ କାର୍ଯ୍ୟର ,ଭିଜିଲାନ୍ସ ତଦନ୍ତପାଇଁ କୁଣ୍ଡେଇ ବିକାଶମଞ୍ଚ ଦୃଢ଼ଦାବୀ କରିଛି l କୁଣ୍ଡେଇଶୁଣି ସ୍କୁଲ ନିକଟରେ ସାମ୍ବାଦିକ ସମିଳନୀରେ ମଞ୍ଚର କର୍ମକର୍ତ୍ତା ଓ ସଭ୍ୟମାନେ ଉପସ୍ଥିତ ଥିଲେ | ଅଭିଯୋଗରୁ ଆହୁରି ପ୍ରକାଶ ଯେ ଉନୟନ ମୂଳକ କାର୍ଯ୍ୟଗୁଡିକ ରେ ଦିଆଯାଇଥିବା କ୍ରମିକ ନଂ, ଏଥିଲାଗି ଧାର୍ଯ୍ୟ ସମୟସୀମା, ଅନୁମୋଦିତ ହୋଇଥିବା ଗ୍ରାମସଭା ଓ ପଲ୍ଲୀସଭାର ତାରିଖ, କାର୍ଯ୍ୟାଦେଶ କାହାକୁ ପ୍ରଦାନ କରାଯାଇଛି ସେ ତଥ୍ୟର ନକଲ ସୂଚନା ଅଧିକାରବଳରେ ତଥ୍ୟ ମାଗିଲେ, ବ୍ଲକରୁ ମାସ ମାସ ଧରି ମିଳୁନାହିଁ l ଏହି ଗ୍ରାମପଂଚାୟତ ଦାୟିତ୍ୱରେଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ମାସକୁଥରେ ଆସୁଥିବାବେଳେ ସରକାରୀ ଅନୁଦାନରେ ଏହି ଗ୍ରାମପଂଚାୟତ ରେ ଯେଉଁସବୁ ଉନୟନମୂଳକ କାର୍ଯ୍ୟହୋଇଛି ତାହାର ସଠିକ ରେକର୍ଡ ପଂଚାୟତକାର୍ଯ୍ୟାଳୟ ରେ ନଥିବା କୁହାଯାଇଛି l ଗ୍ରାମ ରୋଜଗାର ସେବକ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ମିଶି ବିଭିର୍ନ ପ୍ରକାର ର ଦୁର୍ନୀତି କରିଛନ୍ତି ବୋଲି ବିକାଶମଞ୍ଚ ଅଭିଯୋଗ କରିଛି | ବ୍ୟାପକ ଅନିୟମିତତା କରି ନିଦ୍ଧିଷ୍ଠ ଜବକାର୍ଡଧାରୀମାନଙ୍କ ନାମରେ ଅର୍ଥ ଆତ୍ମସାତ କରିଥିବାର ବଳିଷ୍ଠପ୍ରମାଣ ରହିଛି ବୋଲି ମଞ୍ଚ ର ସଭ୍ୟମାନେ ତାଙ୍କ ବକ୍ତବ୍ୟ ରେ ମଧ୍ୟ କହିଥିଲେ l ସେଇଭଳି ପ୍ରଧାନମନ୍ତ୍ରୀ ଆବାସଯୋଜନା ରେ ହୋଇଥିବା ବ୍ୟାପକଦୁର୍ନୀତି ର ଚର୍ଚ୍ଚା ଥମିବାର ନାଁ ଧରୁନି l ମୋ ବଗିଚା, ଗୁହାଳଘର, ଗ୍ରାମୀଣ ଉଦ୍ୟାନ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଖାଉଟି ଯୋଜନା କାର୍ଡ ରେ ବ୍ୟାପକ ଅନିୟମିତତା କରାଯାଇଛି l ବେଲବାରି ଠାରୁ ଶଙ୍କେରେଶ୍ୱର ପର୍ଯ୍ୟନ୍ତ ଯାଇଥିବା କେନାଲ ରେ ପାଣି ଯାଉନଥିବାରୁ ଏ ନେଇ ଚାଷୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ସଭ୍ୟ ମାନେ ପ୍ରକାଶ କରିଥିଲେ l ସେଇଭଳି କୋଭିଡ ସମୟରେ ଅସ୍ଥାୟୀ କ୍ଵାରେଣ୍ଟାଇନ ସେଣ୍ଟର ପାଇଁ କିଣାଯାଇଥିବା ଆସବାବପତ୍ର ଏବେ କେଉଁଠି ବୋଲି ପ୍ରଶ୍ନ କରିବା ସହ ଆଗାମୀ ଦିନରେ ଉପରୋକ୍ତ ଅଭିଯୋଗ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରାନଗଲେ ବିକାଶ ମଞ୍ଚ ପକ୍ଷରୁ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ବିକାଶମଞ୍ଚ ର ସଭାପତି ପୁର୍ଣଚନ୍ଦ୍ର ସାହୁ, ସଂପାଦକ କ୍ଷେତ୍ରମୋହନ ସାହୁଙ୍କ ସମେତ ମଞ୍ଚର କର୍ମ କର୍ତ୍ତା ଓ ସଭ୍ୟ ମାନେ ପ୍ରକାଶ କରିଛନ୍ତି
କୁଣ୍ଢେଇ ବିକାଶମଞ୍ଚ ତରଫରୁ ସାମ୍ବାଦିକ ସମିଳନୀ
Share with