ରାୟଗଡା(ଧନେଶ୍ବର ରାଉତ): ଭାରତୀୟ ଜନତା ପାର୍ଟି ଗୁଣୁପୁର ତରଫରୁ ଏକ ଆଠ ଜଣିଆ ଟିମ ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀ ୱାଇ.ଗଣପତିଙ୍କ ନେତୃତ୍ୱରେ ଆନ୍ଧ୍ର ର ଗୂଂଟୁରୁ ଠାରେ ପ୍ରାଣ ହରାଇଥିବା ଛଅ ଜଣ ଦାଦନ ଶ୍ରମିକ ଙ୍କ ଗ୍ରାମ ଗୁଣପୁର , ଫୁଲପୁଟି ଓ ଝୁମ୍ପlପୁର ଯାଇ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମ ବେଦନା ଜ୍ଞାପନ କରିଥିଲେ, ତତସଙ୍ଗେ ସଙ୍ଗେ ଓଡିଶା ସରକାରଙ୍କ ଶ୍ରମ ବିଭାଗକୁ ଦାୟୀ କରିଥିଲେ | ଏମାନେ ସମସ୍ତେ ନାବାଳକ ଏବଂ ଛାତ୍ର ଅଟନ୍ତି | କିପରି ଗୂଂଟୁରୁ ଗଲେ ଏବଂ ସେଠାରେ କିପରି କାମକରୁଥିଲେ | ଏହି ବିଷୟରେ ନା ଓଡିଶା ସରକାରଙ୍କ ଶ୍ରମ ବିଭାଗ ଠାରେ କିଛି ଖବର ଅଛି ନା ଶିକ୍ଷl ବିଭାଗ ଠାରେ କିଛି ଖବର ଅଛି | ସରକାରଙ୍କ ଅପାରଗତା ଯୋଗୁ ନିରୀହ ପିଲାଙ୍କ ଜୀବନ ଚାଲିଗଲା | ସେଥିରେ ଆନ୍ଧ୍ର ସରକାର ଅନୁକମ୍ପା ରାଶି ତିନି ଲକ୍ଷ ଘୋଷଣା କଲାବେଳେ ଓଡିଶା ସରକାର ଦୁଇ ଲକ୍ଷ ଟଙ୍କା ସମୁଦ୍ରକୁ ସଙ୍କେ ପାଣି ସଦୃଶ୍ୟ ଘୋଷଣା କରିଛନ୍ତି | ଯାହାକୁ ଭାରତୀୟ ଜନତା ପାର୍ଟି ଘୋର ନିନ୍ଦା କରିବା ସହ ଯେଉଁ ଦୁଇ ଜଣଙ୍କୁ ଆଘାତ ଲାଗିଛି ତାଙ୍କର ସବୁ ଚିକିତ୍ସା ଖର୍ଚ ସରକାର ବହନ କରିବା ପାଇଁ ଦାବି କରାଯାଉଛି | ଏଥିରେ ସହଯୋଗ କରିଥିଲେ ଗୁଣପୁର ନଗର ମଣ୍ଡଳ ସଭାପତି ଶ୍ରୀନିବାସ ସ୍ୱାଇଁ, ଜଗନାଥପୁର ମଣ୍ଡଳ ସଭାପତି ପୃଥୀବିରଜ ପାଢୀ, ଜିଲ୍ଲା ଯୁବ ମୋର୍ଚା ସାଧାରଣ ସମ୍ପାଦକ ଅମର କୁମାର ସାହୁ, ରାଜ୍ୟ ଯୁବ ମୋର୍ଚା କାର୍ଯ୍ୟକାରିଣୀ ସଭ୍ୟ ଫାଲ୍ଗୁନୀ ଶବର, ନଗର ସମ୍ପାଦକ ଟିଂକୁ ପଣ୍ଡା, ନଗର ଏସ.ଟି.ମୋର୍ଚା ସଭାପତି ତିରୁପତି ଶବର ଏବଂ ବିଦ୍ୟାଧର ଶବର |
ଗୁଣ୍ଡୁରୁରେ ମୃତ ଶ୍ରମିକ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗଠନ ହେଲା ଆଠ ଜଣିଆ ପ୍ରତିନିଧି ଦଳ
Share with