ରାୟଗଡା(ଧନେଶ୍ବର ରାଉତ): ଗ୍ରାମାଞ୍ଚଳରେ ବାହାରୁଥିବା ମଳର ଉପଯୁକ୍ତ ପରିଚାଳନା ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ନେଇ ଆଜି ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆଭିମୁଖୀକରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମୀୟ ଉନ୍ନୟ ସଂସ୍ଥା, ରାୟଗଡ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌର ପରିଷଦର ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା ଜଳ ଓ ପରିମଳ ମିଶନ ର ପରାମର୍ଶ ଦାତା ମାନେ ଆଦି ଯୋଗଦାନ କରୁଥିଲେ l
ଜିଲ୍ଲା ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ବୈଠକରେ ପାୱାର ପଏଣ୍ଟ ମାଧ୍ୟମରେ ଆବର୍ଜନା ପରିଚାଳନା ଓ ଵ୍ୟଵହାର ଉପଯୋଗୀତା ଉପରେ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ l ଶ୍ରୀ ସରୋଜ କୁମାର ମିଶ୍ର (ଜିଲ୍ଲାପାଳ ତଥା ସମ୍ପାଦକ ଜିଲ୍ଲା ଜଳ ଓ ପରିମଳ ମିଶନ) ପ୍ରତ୍ୟେକ ପରିବlରରେ ବାହାରୁଥିବା ଆବର୍ଜନା ପୃଥକିକରଣ ଓ ତାହାକୁ ପ୍ରକ୍ରିୟାକରଣ କରି ଜୈବିକ ଖତ ରୂପେ ବ୍ୟବହାର କରାଯିବ l ଏହାକୁ ଦୈନିନ୍ଦିନ ଭାବେ ପୃଥକିକରଣ କରାଯିବ। ପାଇଁ ଜନସାଧାରଣଙ୍କୁ ସଚେତନତା କରି ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ଜିଲ୍ଲାପାଳଙ୍କର ନିର୍ଦେଶନ। ଆବର୍ଜନାରୁ ବାହାରିବ। ଖତକୁ ଗ୍ରାମାଞ୍ଚଳରେ ଜୈବିକ ସାର ଭାବେ ବ୍ୟବହାର କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ l ଖୋଲା ସ୍ଥାନରେ ଶୌଚ ନକରି ପାଇଖାନା ବ୍ୟବହାର ନିମନ୍ତେ ଲୋକମାନଙ୍କ ଭିତରେ ବ୍ୟବହାରିକ ପରିବର୍ତ୍ତନ ନିମନ୍ତେ ସଚେତନତାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଗୁରୁତ୍ୱ ଦେଇଥିଲେ l
ଏହି ସଭାରେ ମଇଳl ଆବର୍ଜନl ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରି ସଠିକ ପରିଚାଳନା ନିମନ୍ତେ ପୌର ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ମିଳିତ ଭାବରେ ପଦ୍ଧକ୍ଷେପ ନେବlକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଉକ୍ତ ବୈଠକର ମୂଳ ଲକ୍ଷ୍ୟ ଥିଲା ଯେ ବ୍ଲକ ଉନୟନ ଅଧିକାରୀ ଏବଂ ପୌର ଅଧିକାରୀ ଉଭୟେ ଗ୍ରାମ୍ୟଞ୍ଚଳର ମଳର ଉପଯୁକ୍ତ ପରିଚାଳନା ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷର କରିବାକୁ ନିର୍ଦେଶ ଦେଇଥିଲେ l ଏବଂ ପଞ୍ଚାୟତ ସ୍ତରରେ ପ୍ରତି ଘରରୁ ମଇଳା ସଂଗ୍ରହ କରି ଉକ୍ତ ଆବର୍ଜନାକୁ ଏକ ସ୍ଵୟଂ ସହାୟକ ଗୋଷ୍ଟିର ସହାୟତାରେ ପୌର ପରିଷଦରେ ପହଞ୍ଚାଇବ। ହେଉଛି ତାଙ୍କର ମୂଳ ଲକ୍ଷ୍ୟ
ଶେଷରେ ପ୍ରକଳ୍ପ ନିର୍ଦେଶକ ସମସ୍ତ ସଦସ୍ଯଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକୁ ଶେଷ କରିଥିଲେ।
ଗ୍ରାମାଞ୍ଚଳରେ ମଳର ଉପଯୁକ୍ତ ପରିଚାଳନା ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନେଇ ବୈଠକ ଅନୁଷ୍ଠିତ
Share with