Home Breaking News / ତାଜା ଖବର କୋମଳମତି ଶିଶୁଙ୍କ ମୁହଁରେ ହସ ଫୁଟାଇଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ

କୋମଳମତି ଶିଶୁଙ୍କ ମୁହଁରେ ହସ ଫୁଟାଇଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାପଡାହାଣ୍ଡି(ମୁସ୍ତାକ ହୁସେନ): କୋମଳମତି ଶିଶୁଙ୍କ ମୁହଁରେ ହସ ଫୁଟାଇଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ |ସାହାଯ୍ୟ ମନୋବୃତି, ପରୋପକାରୀ ଗୁଣ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ରନ୍ଧାରୀ, ପୁଣି ଏବେ ଚର୍ଚ୍ଚାରେ |ସେ ଦେଖିବାକୁ ପାଇଥିଲେ, ଦୁଇଜଣ ଶିଶୁ ବିନା dress ରେ ବୁଲୁଛନ୍ତି |ଏହାପରେ ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ସେ ଆଗେଇ ଆସିଥିଲେ |ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ରେ ପହଞ୍ଚି ପ୍ରାୟ 200 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କୁ dress, ସ୍କୁଲ bag, ଚକୋଲେଟ, pen, ପେନସିଲ ପ୍ରଦାନ କରିଥିଲେ |ଖୁସିରେ ଆତ୍ମହରା ହୋଇ ଛାତ୍ର ଛାତ୍ରୀ ବିଭିନ୍ନ ନାରା ଦେଇ ବିଧାୟକ ଙ୍କ ଜୟଗାନ କରିଥିଲେ |ରନ୍ଧାରୀ କହିଛନ୍ତି ମୋ ଅଞ୍ଚଳ ମୋ ପରିବାର |ମୋ ପରିବାରର କୌଣସି ସଦସ୍ୟ ଙ୍କ ମୁହଁରେ ମୁଁ ଦୁଃଖ ଦେଖି ସାହିପାରିବିନି |ବନ୍ଧୁତ୍ୱ ଦିବସରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ସାମିଲ ହେବେ 70ହଜାର ଛାତ୍ର ଛାତ୍ରୀ |ସମସ୍ତଙ୍କୁ ସେ ଯୋଗାଇ ଦେବେ dress ଓ bag |
ରନ୍ଧାରୀଙ୍କ ଏଭଳି ମହତ କାର୍ଯ୍ୟ ପାଇଁ, ସ୍ଥାନୀୟ ଅଂଚଳରେ ତାଙ୍କୁ ପ୍ରଂଶସା କରାଯାଉଛି |ଲୋକେ କହୁଛନ୍ତି ସେ ନେତା ନୁହନ୍ତି.. ଗରୀବର ସାଥି |

related posts

Leave a Comment