Home Breaking News / ତାଜା ଖବର ଶଙ୍ଖ ଧ୍ୱନିରେ ଝଡି ପଡୁଛି ପଦ୍ମ ପାଖୁଡା

ଶଙ୍ଖ ଧ୍ୱନିରେ ଝଡି ପଡୁଛି ପଦ୍ମ ପାଖୁଡା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୁରୀ(ଚିତ୍ତରଞ୍ଜନ ମହାନ୍ତି): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ ଏବେ ଠୁ ଆରମ୍ଭ ହୋଇସାରିଛି ଦଳ ପରିବର୍ତ୍ତନ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ,ସ୍ୱଚ୍ଛ ଶାସନ ଓ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ବଡବେଣାକୁଦୀ ଗ୍ରମ ପଞ୍ଚାୟତର ବଡବେଣାକୁଦୀ ଗ୍ରାମର ଭାରତୀୟ ଜନତା ପାର୍ଟି ଜଣେ ସକ୍ରିୟ କର୍ମୀ ଭଜମନ ପଲେଇଙ୍କ ସମେତ ପ୍ରାୟ ପାଞ୍ଚ ଗୋଟି ଗ୍ରାମର, ବରକୁଦି ,ବାଘଲାଞ୍ଜି, କରିମ୍ ପୁର, ବରପଦା,ମୁଦିରଥ, ଗ୍ରାମରୁ ପ୍ରାୟ ୫୦ଟି ପରିବାର ବହୁ କ୍ରର୍ମି ବିଜେପି ଦଳ ପରିତ୍ଯାଗ କରି ବିଜୁ ଜନତା ଦଳର ସଧାରଣ ସମ୍ପାଦକ ତଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଓ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ଧର ବରାଳ ଙ୍କ ଉପସ୍ଥିତରେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବରେ ସାମିଲ୍ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା, ରାଜ୍ୟ ଯୁବ ଜନତା ଦଳର ସମ୍ପାଦକ କିଶୋର ନାୟକ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ, ବ୍ଲକ ଉପାଧ୍ୟକ୍ଷ ସହଦେବ ସାହୁ, ସମିତି ସଭ୍ୟ ଯୁଧିଷ୍ଠିର ନାୟକ, ଓ ପଞ୍ଚାୟତ ସଭାପତି ମଙ୍ଗୁଳି ଚରଣ ପଲେଇଙ୍କ ଉପସ୍ଥିତ ରେ ବିଜେଡି ରେ ସାମିଲ ହୋଇଥିଲେ,ସଞ୍ଜୟ କୁମାର ଦାସବର୍ମା ସେମାନଙ୍କୁ ପୁପ୍ସଗୁଛ ଦେଇ ଦଳ କୁ ସ୍ୱାଗତ୍ କରିଥିଲେ

related posts

Leave a Comment