Home Breaking News / ତାଜା ଖବର ପୁଝରୀଙ୍କ ଘରୁ ଟଙ୍କା ଓ ସୁନା ଚୋରୀ ଘଟଣାର ନୂଆ ମୋଡ-ଅଭିଯୁକ୍ତ ନିଜେ ଲୁଚାଇ କରିଥିଲା ଏତଲା

ପୁଝରୀଙ୍କ ଘରୁ ଟଙ୍କା ଓ ସୁନା ଚୋରୀ ଘଟଣାର ନୂଆ ମୋଡ-ଅଭିଯୁକ୍ତ ନିଜେ ଲୁଚାଇ କରିଥିଲା ଏତଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ସଦର ମହକୁମାର ରୋହିତ କଲୋନିରୁ ବି ବିଶ୍ୱ ଗଣପତି ଶର୍ମା ଙ୍କ ଘରୁ ଗତ ୩୦/୦୭ ତାରିଖରେ ନଗଦ ୩୦ ଲକ୍ଷ ଓ ଦଶ ଭରି ସୁନା ଚୋରି ହୋଇ ଥିବା କହି ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ସେହି କେସ ନମ୍ବର ୧୫୬/୩୧ ପଞ୍ଜିକୃତ କରାଯାଇଥିଲା। ଏହି ଅଭିଯୋଗ ବଳରେ ତଦନ୍ତ ପାଇଁ ଥାନାଧିକାରୀ ରଶ୍ମି ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଦୁଇଟି ଟିମ ତଦନ୍ତ ଚଳାଇଥିଲେ ତାଙ୍କ ଘର ତଦନ୍ତ ସମୟରେ କବାଟ ଭାଙ୍ଗି ଯାଇଥିଲା ହେଲେବି ପୋଲିସ ବାହାରୁ ଚୋରି କରିଥିବା ଭଳି କୌଣସି ପ୍ରକାର ସୁରାକ ନ ପାଇ ତାଙ୍କ ମାଆ ଓ ଭାଇକୁ ବାରମ୍ବାର ପଚରା ପଚାରି କରିବାରୁ ବୟାନ ର ତାଳ ମେଳ ନ ଖାଇବାରୁ ତିନି ଜଣଙ୍କୁ ଅଲଗା ଅଲଗା କରି ପଚାରିବାରୁ ସବୁ ସତକଥା ବାହାରିଥିଲା। ଅଭିଯୋଗ କାରୀ ନିଜେ ଆତ୍ମସାତ କରବା ଉଦ୍ୟେସରେ ନିଜେହିଁ ଏହି କାଣ୍ଡ ଭିଆଇ ନଜ ମୁଁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ପୋଲିସକୁ ଜଣାଇଥିଲା। କିନ୍ତୁ କଥାରେ ଅଛି ପୋଲିସ ର ହାତ ଲମ୍ବା ସେ ଯଦି ମନ ପ୍ରାଣ ଦେଇ ତଦନ୍ତ କରିବ କେତେବଡ଼ ଅପରାଧର ପରଦା ଫାସ କରିପାରିବ ବୋଲି ବହୁ ଉଦାହରଣ ରହିଛି । ତେଣୁ ତଦନ୍ତ ସମୟରେ ନିଜେ ଶର୍ମା କିଛି ସମ୍ପତି କିଣିବା ନାରେ ଅତି ଲୋଭ ଜରୀ ଅନ୍ୟତ୍ର ଲୁଚାଇ ରଖୁଥିବା ୨୪ ଲକ୍ଷ ଓ ସୁନା ପୋଲିସକୁ ଦେଇଥିଲେ ଏବଂ ନିଜେ ଏଜି କାଣ୍ଡ ଭିଆଇ ଥିବା ମାନି ଥିଲେ।ଏହି ଚୋରି ଘଟଣାରେ ତାଙ୍କ ମା ଓ ଭାଇ ସମୃକ୍ତ ଅଛନ୍ତିକି ନାହିଁ ତାହା ତଦନ୍ତ ପରେ ସାମନାକୁ ଆସିବ ବୋଲି

related posts

Leave a Comment