Home Breaking News / ତାଜା ଖବର ମହାବିରୋଡ଼ରେ ବୃକ୍ଷ ରୋପଣ

ମହାବିରୋଡ଼ରେ ବୃକ୍ଷ ରୋପଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡ଼ାହାଡ଼(ନବକିଶୋର ସାହୁ): କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ପଞ୍ଚାୟତ ମହାବିରୋଡ଼ ଧୁବୁଲିପଥର ଉପ୍ରା ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।ମୁଖ୍ୟଅତିଥି ଭାବେ ମହାବିରୋଡ଼ ସରପଞ୍ଚ ଉମେଶ ଚନ୍ଦ୍ର ସାହୁ ଯୋଗଦେଇ ବୃକ୍ଷ ରୋପଣ ଶୁଭାରମ୍ଭ କରିଥିଲେ ।ସାମ୍ପ୍ରତିକ ପରିସ୍ଥିତିରେ ଅସ୍କିଜେନ ର ଘୋର ଅଭାବ ଥିଲା ବେଳେ ଏହାର ଏକମାତ୍ର ଉପାୟ ବୃକ୍ଷ ରୋପଣ କରି ଏହି ସଂକଟରୁ ଦୂର ହେଇ ପାରିବ ବୋଲି ମୁଖ୍ୟ ଅତିଥି ବକ୍ତବ୍ୟରେ କହିଥିଲେ ।ସଂମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଚଳା ଦେହୁରୀ,ସାମ୍ବାଦିକ ଦିବ୍ୟସିଂହ ଦେହୁରୀ ଉପସ୍ଥିତ ଥିଲେ ।ବିଦ୍ୟାଳୟ ପରିସରରେ ଲିମ୍ବ,ଅଁଳା,କରଞ୍ଜ,ଅଶୋକ,ସାଗୁଆନ ପ୍ରକୃତିର ୧୦୦ ବୃକ୍ଷ ରୋପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ସ୍କୁଲର ଚେୟାରମ୍ୟାନ ବିନୋଦିନି ନାଏକ,ବନକର୍ମଚାରୀ ଧ୍ରୁବଚରଣ ସାହୁ,ଶିକ୍ଷକ କରୁଣାକର ସାହୁ ,ଶିକ୍ଷୟତ୍ରୀ ମିନାକ୍ଷୀ ବେହେରା,ସ୍ୱଛାସେବୀ ମନୋଜ ସାହୁ,ପ୍ରଦୀପ ସାହୁ ପ୍ରମୁଖ ଯୋଗଦେଇ ସହାୟତା କରିଥିଲେ ।

related posts

Leave a Comment