Home Breaking News / ତାଜା ଖବର ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା(ସୁରେଶ କୁମାର ସୁବୁଦ୍ଧି): ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠାନର ଉଦ୍ଭିଦ ବିଜ୍ଞାନର ପ୍ରାଧ୍ୟାପକ ବି. ଗୋବିନ୍ଦ ରାଓ ନୂତନ ଅଧ୍ୟକ୍ଷ ରୂପେ ଦାୟିତ୍ୱ ନେଇଛନ୍ତି |ଅଧ୍ୟକ୍ଷ ଥିବା ଅର୍ଥନୀତି ପ୍ରାଧ୍ୟାପକ ସୂର୍ଯ୍ୟକାନ୍ତ ମହାନ୍ତି ଅବସର ନେଲାପରେ ଅନୁଷ୍ଠାନର ପରିଚାଳନା ସଭାପତି ତଥା ଭଞ୍ଜନଗର ଉପାଜ଼ିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ ସରକାରଙ୍କ ବରିଷ୍ଠତା ନିୟମ ଅନୁସାରେ ଶ୍ରୀ ରାଓଙ୍କୁ ଦାୟିତ୍ୱ ଦେଇଛନ୍ତି |ସେଥିପାଇଁ ନୂତନ ଅଧ୍ୟକ୍ଷ ପରିଚାଳନା ସଭାପତି, ତଥା ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି |ଅନୁଷ୍ଠାନରେ ନିୟମିତ ପାଠପଢା ଏବଂ ମବିଦ୍ୟାଳୟର ଅନୁସଙ୍ଗିକ ଉନ୍ନତି ପାଇଁ ଧ୍ୟାନ ଦେବେ ବୋଲି କହିଛନ୍ତି |ସିଏ ଜଣେ ସମାଜସେବୀ, ଏବଂ ଶିକ୍ଷାବିତ ଭାବେ ଜଣାଶୁଣା |ଏଥିପାଇଁ ଅଞ୍ଚଳ ବାସି ଖୁସି ଅନୁଭବ କରିଛନ୍ତି |

related posts

Leave a Comment