Home Breaking News / ତାଜା ଖବର ବର୍ଷ ପରେ ବର୍ଷ ବିତିଲାଣି: ୧୦୨ କୋଟି ଟଙ୍କା ବ୍ୟୟରେ ନିର୍ମିତ କେବେ ସରିବ ସିର୍ତ୍ତିଗୁଡ଼ା ଗ୍ରୀଡ଼କାମ?

ବର୍ଷ ପରେ ବର୍ଷ ବିତିଲାଣି: ୧୦୨ କୋଟି ଟଙ୍କା ବ୍ୟୟରେ ନିର୍ମିତ କେବେ ସରିବ ସିର୍ତ୍ତିଗୁଡ଼ା ଗ୍ରୀଡ଼କାମ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ବର୍ଷ ପରେ ବର୍ଷ ବିତି ଲାଣି ସିନା କନ୍ଧମାଳ ଜିଲ୍ଲାର କନୁଆଗାଁ ବ୍ଳକର ସିର୍ତ୍ତୀଗୁଡ଼ାଠାରେ ୧୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ସିର୍ତ୍ତୀଗୁଡା କେସିଙ୍ଗା ଗ୍ରୀଡ ଷ୍ଟେସନ ପ୍ରକଳ୍ପ କାର୍ଯ୍ୟ ପରିବାର ନା ଧ ରୁ ନି ।
କଣପାଇଁ କାର୍ଯ୍ୟ ସରି ପାରୁନି ଓ କାହାପାଇଁ ଅଟ କିଛି ଓ କେବେ ସରିବ ପ୍ରକଳ୍ପ କାର୍ଯ୍ୟ ଏଥିପାଇଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ପଚାରିଲେ କେହି ମଧ୍ୟ ସନ୍ତେ।ଷଜନକ ଉତ୍ତର ଦେଇପାରୁ ନାହାନ୍ତି ।
୨୦୧୬ ମସିହାରୁ ୧୦୨ କୋଟି ଟଙ୍କା ବାୟରେ କନୂଆଗାଁ ବ୍ଳକର ସିର୍ତ୍ତୀଗୁଡ଼ାଠାରେ ୨୨୦/୩୩କେଭିର ଗ୍ରୀଡ ପ୍ରତିଷ୍ଠା ପାଇଁ ନିର୍ମାଣ କାମ ଆରମ୍ଭ ହୋଇଥିଲା ଓ ଏହି କାର୍ଯ୍ୟ ୨୦୧୮ରେ ସରିବା କଥା ହେଲେ ୨୦୨୧ ସରିବାକୁ ବସିଲାଣି କାମ ସରୁ ନି ।
ତେବେ ଏହି ଗ୍ରୀଡପ୍ରତିଷ୍ଠା ହେଲେ ବାଲିଗୁଡ଼ା ସବ ଡିଭିଜନର ୯ଟି ବ୍ଳକର ଲୋକେ ଲୋକେ ଲୋ ଭୋଲଟେଜରୁ ରକ୍ଷାପାଇବା ସହ ଉନ୍ନତ ବିଜୁଳି ଆଲୋକ ପାଇବେ ଓ ନିୟମିତ ଅନବରତ ବିଜୁଳୀ ସେବା ପାଇବେ ।ଆଗ ପରି ସ୍ଵଳ୍ପ ବର୍ଷା ଓ ପବନରେ ଦିନ ଦିନ ଧରି ବିଜୁଳି ଯୋଗାଣ ବନ୍ଦ ହେବ ନି । ହେଲେ ଇତିମଧ୍ୟରେ ଛଅ ବର୍ଷ ବିତିଗଲାଣି କେବେ ସରିବ ପ୍ରକଳ୍ପ କାମ ଜଣାପଡୁନି ।
ଏହି ଲାଇନ କେସିଙ୍ଗା-ରାମପୁର-ସିର୍ତ୍ତୀଗୁଡ଼ାଆସିବ। ଏଥିରେ ୩୮୧ଟି ଟାୱ। ରବସିବ । ହେଲେ ବିଦ୍ୟୁତ ବିଭାଗନିର୍ବାହୀ ଯନ୍ତ୍ରୀ ଇଂ ଏମ.କେ ମହାନ୍ତିଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଯୋଗୁଁ କନ୍ଧମାଳ ଜିଲ୍ଲାର ପ୍ରାୟ କାମ ସରିଲାଣି ହେଲେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଅଞ୍ଚଳରେ କାମ ବାକି ରହିଛି ।
ଅଞ୍ଚଳର ଲୋକଙ୍କ ବୃହତ୍ତର ସ୍ଵାର୍ଥକୁ ଦୃଷ୍ଟିରେ ରଖି ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓ ବାଲିଗୁଡ଼ା ବିଧାୟକ ଚକ୍ର ମଣି କହର ଉଦ୍ୟମ କରି ପ୍ରକଳ୍ପ ସ।ରିବା ନେଇ ଆନ୍ତରୀକ ଉଦ୍ୟମ କରିବା ଜରୁରୀ ବୋଲି ବାଲିଗୁଡ଼ା ଓ ଦାରିଙ୍ଗବାଡି ବାସୀମତବ୍ୟକ୍ତ କରିଛନ୍ତି ।

related posts

Leave a Comment