Home Breaking News / ତାଜା ଖବର ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ଜିଣିିଲେ ସିନ୍ଧୁ

ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ଜିଣିିଲେ ସିନ୍ଧୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓ ଅଲିମ୍ପିକ୍ସରେ ନିଜର ଦମ୍ ଦେଖାଇଲେ ପିଭି ସିନ୍ଧୁ । ମୀରାବାଇ ଚାନୁଙ୍କ ପରେ ସିନ୍ଧୁ ଆଜି ଦେଶ ପାଇଁ କାଂସ୍ୟ ପଦକ ଜିଣିଛନ୍ତି । କାଂସ୍ୟ ପଦକ ପାଇଁ ଚୀନର ହି ବିଙ୍ଗ ଜିଆଓଙ୍କ ସହିତ ସିନ୍ଧୁଙ୍କ ମୁକାବିଲା ହୋଇଥିଲା । ଏହି ମୁକାବିଲାକୁ ସିନ୍ଧୁ ୨୧-୧୩ ଓ ୨୧-୧୫ ସେଟରେ ଜିତି ନେଇ ଭାରତ ପାଇଁ ପଦକ ଜିଣିଥିଲେ । ସେମିଫାଇନାଲରେ ସିନ୍ଧୁ କରିଥିବା ତ୍ରୁଟିକୁ କାଂସ୍ୟ ପଦକ ମୁକାବିଲାରେ ସୁଧାରି ଆରମ୍ଭରୁ ଚୀନ୍ ଖେଳାଳିଙ୍କ ବିରୋଧରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ପ୍ରଥମ ସେଟକୁ ୨୧-୧୩ ରେ ଜିତିବା ପରେ ସିନ୍ଧୁ ଦ୍ୱିତୀୟ ସେଟରେ ସମାନ ଖେଳ ଜାରି ରଖିଲେ । ଆଉ ଦ୍ୱିତୀୟ ସେଟରେ ଅଗ୍ରଣୀ ରହି ୨୧-୧୫ରେ ଜିତି ନେଇଥିଲେ । ଏହି ବିଜୟ ସହିତ ସିନ୍ଧୁ କ୍ରମାଗତ ଦୁଇଟି ଅଲିମ୍ପିକ୍ସରେ ଦେଶ ପାଇଁ ଡବଲ ପଦକ ଆଣିଛନ୍ତି ।

୨୦୧୬ ରିଓ ଅଲିମ୍ପିକ୍ସରେ ସିନ୍ଧୁ ଫାଇନାଲରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସେମି ଫାଇନାଲରେ ଭାଗ୍ୟ ସାଥ୍ ଦେଇନଥିଲେ ମଧ୍ୟ ସେ ଦେଶ ପାଇଁ କାଂସ୍ୟ ପଦକ ଜିଣିଛନ୍ତି । ସିନ୍ଧୁଙ୍କ ଏପରି ପଦକ ସଫଳତା ପରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କ୍ରୀଡାମନ୍ତ୍ରୀ ତଥା ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ ଟୁଇଟ୍ କରି ଶୁଭେଚା ଜଣାଇଛନ୍ତି ।

related posts

Leave a Comment