Home Breaking News / ତାଜା ଖବର ହକିରେ ପଦକ ଆଶା: ଗ୍ରେଟ ବ୍ରିଟେନକୁ ହରାଇ ଅଲିମ୍ପିକ୍ସ ସେମି ଫାଇନାଲରେ ଭାରତୀୟ ହକି ଦଳ

ହକିରେ ପଦକ ଆଶା: ଗ୍ରେଟ ବ୍ରିଟେନକୁ ହରାଇ ଅଲିମ୍ପିକ୍ସ ସେମି ଫାଇନାଲରେ ଭାରତୀୟ ହକି ଦଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଏହାର ଅଭିଜାନ ଜାରି ରଖିଛି । ରବିବାର ଅଲିମ୍ପିକ୍ସରେ ଆଉ ଏକ ସ୍ମରଣୀୟ ବିଜୟ ସହ ଐତିହାସିକ ସଫଳତା ପାଇଛି । କ୍ୱାର୍ଟର ଫାଇନାଲ ମୁକାବିଲାରେ ଗ୍ରେଟ ବ୍ରିଟେନକୁ ହରାଇ ଭାରତୀୟ ହକି ଦଳ ଅଲିମ୍ପିକ୍ସ ସେମି ଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟର ମୁକାବିଲାରେ ଭାରତ ୩-୧ ଗୋଲରେ ଗ୍ରେଟ ବ୍ରିଟେନକୁ ପରାସ୍ତ କରି ଅଲିମ୍ପିକ୍ସ ସେମି ଯୋଗ୍ୟତା ହାସଲ କରିନେଇଛି । ଭାରତୀୟ ଦଳ ପକ୍ଷରୁ ୭ ମିନିଟ୍ ସମୟରେ ଦୀଲପ୍ରିତ ସିଂ ପ୍ରଥମ ଗୋଲ୍ ସ୍କୋର କରିଥିଲେ । ଏହା ପରେ ଭାରତୀୟ ଦଳ ୧-୦ରେ ଆଗୁଆ ହୋଇ ଗ୍ରେଟ ବ୍ରିଟେନ ଉପରେ ଚାପ ସୃଷ୍ଟି କରିଥିଲା । ୪୬ତମ ମିନିଟରେ ଗୁରଜନ୍ତ ସିଂ ଆଉ ଏକ ଗୋଲ୍ ଦେଇ ଭାରତର ଗୋଲ୍ ସ୍କୋରକୁ ୨-୦କୁ ବୃଦ୍ଧି କରିଥିଲେ । ଏହା ପରେ ଗ୍ରେଟ୍ ବ୍ରିଟେନ ପକ୍ଷରୁ ୪୫ତମ ମିନିଟରେ ସାମ୍ ବ୍ୟାଡ୍ ଗୋଟିଏ ଗୋଲ୍ କରି ଗୋଲ୍ ସ୍କୋର ବ୍ୟବଧାନକୁ ୨-୧କୁ ଆଣିଥିଲେ । ଏହା ପରେ ଖେଳରେ ପୁରା ଚାପ ଦେଖା ଦେଇଥିଲା । ୫୭ ତମ ମିନିଟରେ ହାର୍ଦ୍ଦିକ ସିଂ ଭାରତ ପକ୍ଷରୁ ତୃତୀୟ ଗୋଲ୍ ସ୍କୋର କରି ଭାରତକୁ ୩-୧ର ଅଗ୍ରଣୀ ଦେଇଥିଲେ । ବାକି ୩ ମିନିଟରେ ଗ୍ରେଟ୍ ବ୍ରିଟେନ ଉଦ୍ୟମ କରିଥିଲେ ମଧ୍ୟ ଗୋଲ୍ ସ୍କୋର କରିବାରେ ବିଫଳ ରହିଥିଲା । ଫଳରେ ଭାରତ ୩-୧ ରେ ମ୍ୟାଚ୍ ଜିିତି ଅଲିମ୍ପିକ୍ସ ସେମି ଫାଇନାଲକୁ ପ୍ରବେଶ କରିଥିଲା ।
୪ ଦଶନ୍ଧୀ ପରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସ ସେମି ଫାଇନାଲକୁ ପ୍ରବେଶ କରିଛି । ୧୯୮୦ ମସିହାରେ ଭାରତୀୟ ପୁରୁଷ ହକି ଦଳ ମସ୍କୋ ଅଲିମ୍ପିକ୍ସରେ ଶେଷ ପଦକ ଜିତିଥିଲା । ବର୍ତମାନ ୨୦୨୧ରେ ଭାରତୀୟ ହକି ଦଳ ନିକଟରେ ପୁଣି ଏକ ପଦକ ଜିତି ଇତିହାସ ରଚିବାର ସୁବର୍ଣ୍ଣ ସୁଯୋଗ ରହିଛି । ଭାରତ ଆଗମୀ ସେମି ଫାଇନାଲରେ ବେଲଜିୟମକୁ ଭେଟିବ । ଅନ୍ୟ ଏକ ସେମି ଫାଇନାଲରେ ଅଷ୍ଟ୍ରେଲିଆ-ଜର୍ମାନୀକୁ ଭେଟିବ ।

related posts

Leave a Comment