Home Breaking News / ତାଜା ଖବର ଯାନୀ ସମତାଙ୍କୁ ନେଇ ବ୍ଲକ ସ୍ତରୀୟ ସମିଳନୀ ବିଧର୍ମୀମାନଙ୍କୁ ଗାଁ ରେ ପ୍ରବେଶ ନିଷେଧ;-କୁଇସଙ୍ଘ

ଯାନୀ ସମତାଙ୍କୁ ନେଇ ବ୍ଲକ ସ୍ତରୀୟ ସମିଳନୀ ବିଧର୍ମୀମାନଙ୍କୁ ଗାଁ ରେ ପ୍ରବେଶ ନିଷେଧ;-କୁଇସଙ୍ଘ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ)-ଆଦିବାସୀ ଅଂଚଳରେ ମିଥ୍ୟା ପ୍ରଲୋଭିତ କରି ଚଞ୍ଚକତା ଆଳରେ ନିରୀହ ଆଦିବାସୀଙ୍କ ମନରେ ବିଷ ଭଳି ସମାଜ ର ବିରୋଧୀ ତତ୍ୱକୁ ପ୍ରବେଶ କରାଇ ଗ୍ରାମରୁ ଅଲଗା କରି ଏକପ୍ରକାର ବିଦ୍ରୋହଭାଵ ସୃଷ୍ଟି କରି ବିଶୃଙ୍ଖଳିତ ପରିବେଶ ସୃଷ୍ଟି କରୁଥିବା ହେତୁ ଆଦିବାସୀ ମହାସଂଘ ଏହି ବୈଠକ ଡାକିଥିଲା। ଏହି ବୈଠକ ନାରାୟଣ ପୁର ପଞ୍ଚାୟତ ଗୋଷ୍ଠୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ପଂଚାୟତର ମୁଖ୍ୟ ଲଛନା କଡ୍ରକା ସଭାପତିତ୍ୱରେ ପରିଚାଳିତ ହେଉଥିଲା। ମୁଖ୍ୟ ଅତିଥି ଆଦିବାସୀ ମହାସଂଘର ଆବାହକ ବସନ୍ତ ଉଲକା ଯୋଗ ଦେଇଥିଲେ। ସେ କହିଥିଲେ କି ଯେଉଁ ଲୋକ ଆମ ଗାଁ କୁ ଆସିବ ସେହି ଗ୍ରାମକୁ ଆସିବା ପୂର୍ବରୁ ଗ୍ରାମ ଦେବତୀ ଅର୍ଥାତ ଧରତୀ କୁ ଫୁଲ ଦେଇ ପୂଜନ କରି ମୁଣ୍ଡାଆ ମରିବ ତ ଗାଁରେ ପ୍ରବେଶର ଅନୁମତ ମିଳିବ ନଚେତ କୌଣସି ଲୋକଙ୍କୁ ଭିତରେ ପୁରେଇ ଦିଆ ଯିବନି ବୋଲି ଚେତାବନୀ ଦିଆଯାଇଛି । ସେହିଭଳି କନ୍ଧକୁଳ ସଂଘର ବ୍ଲକ ସଭାପତି ରଘୁ ନିସିକା କଡା ଭାଷାରେ ଚରମ ବାଣୀ ଶୁଣାଇଛନ୍ତି କି ଯିଏ କେହି ବି ବିଧର୍ମୀ ଗାଁ ରେ ଗାଁ ଲୋକଙ୍କ ବିନା ଅନୁମତିରେ ପଶି ଧର୍ମ ପ୍ରଚାର କିମ୍ବା ସେବା ନାରେ ଲୋକଙ୍କୁ ପ୍ରଲୋଭିତ କରି ଧର୍ମ ପରିବର୍ତନ କରାଇବାକୁ ଚେଷ୍ଟା କରିବ ସେହି ବ୍ୟକ୍ତିକୁ ଉତ୍ତମ ମଧ୍ୟମ ଦେଇ ପୋଲିସରେ ଜିମାଦେବାକୁ କହିଛନ୍ତି। ସେହିଭଳି ଜଣେ ଆଦିବାସୀ ଗାଁ କୁ କୌଣସି ପରିସ୍ଥିତିରେ ଡିଧର୍ମୀ ମାନଙ୍କୁ ପ୍ରବେଶ କରାଯିବାକୁ ଦିଆଜିବନି ବୋଲି ଶ୍ରୀ ନିସିକା କହିଛନ୍ତି। ନିଜ ନିଜ ଗ୍ରାମକୁ ଜଗି ନିଜ ଧର୍ମକୁ ସଂସ୍କୃତିକୁ ରକ୍ଷା କରିବାକୁ ସଦା ପ୍ରସ୍ତୁତ ରହିବାକୁ ପ୍ରସୂତ ରହିବାକୁ ପଡିବ ଏବଂ ସମସ୍ତେ ମିଶି କୌଣସି ଆଦିବାସୀ ଭାଇକୁ ଧର୍ମାନ୍ତରିତ ହେବାକୁ ଦିଆ ଜିବନି ବୋଲି କହିଛନ୍ତି।ଆଦିବାସୀ ଏକ ପ୍ରକୃତି ପୂଜକ ଜାତି ଅଟନ୍ତି ଆବହମାନ କାଳରୁ ଏହି ପରମ୍ପରା କୁ ମାନି ଚଳି ଅସୁଥୁବା ଜାତିକୁ ପ୍ରୋଲୋଭିତ କରି ଧର୍ମାନ୍ତକରଣକୁ କଦାପି ବରଦାସ୍ତ କରଜୀବନି ବୋଲି କ୍ରାନ୍ତିକାରୀ ଆଶ୍ରମର ସନ୍ୟାସୀ ସତ୍ୟ ସ୍ୱରୂପନନ୍ଦ ଗିରୀ କହିଛନ୍ତି। ତେଣୁ ପ୍ରତ୍ୟେକ ଗାଁ ର ଘରେ ଲାଠିର ପ୍ରଚଳନ କରାଯିବାଉଚିତ ତେଣୁ ନାରାୟଣ ପୁର ପଂଚାୟତର ଅନେକ ଗ୍ରାମର ଲୋକଙ୍କୁ ଲାଠି ପ୍ରଦାନ କରାଯାଇ ଏହାର ବ୍ୟବହାର ଧର୍ମ ରକ୍ଷା ଓ ନିଜ ସୁରକ୍ଷା ଦୁଃସ୍ଥିରୁ ଅପଣାଇବାକୁ ପଡିବ ନଚେତ ଧର୍ମ ରକ୍ଷା କରିବା କଷ୍ଟକର ବୋଲି ଉପଦେଶ ଦେଇଛନ୍ତି। ଏହି ସମିଳନୀରେ ସ୍ଥାନୀୟ ସରପଞ୍ଚ ଧନସିଂ ଟିମକା, କରପା ସରପଞ୍ଚ ସିନ୍ଧୁ କୁଲେସିକା, ରାଜ୍ୟସଭା ସାଂସଦ ପ୍ରତିନିଧି ଜି ଶ୍ରୀନୁ, ଗୋବନ୍ଦ ଝଲିଆ, ଗାୟତ୍ରୀ ସାଧକ ସଭାପତି ଜି ବିଶ୍ୱନାଥ, ନାରାୟଣ ପୁର ଶିବ ମନ୍ଦିର ର ପରିଚାଳନା କମିଟି ଓ ପୂଜକ ଏବଂ ଆଚାର୍ଯ୍ୟ କ୍ଷେତ୍ର ଅର୍ଥାତ ବ୍ଲକର ପ୍ରତ୍ୟେକ ଗାଁ ର ଜନୀ ସମତା ମୁଖିଆ ଯୋଗ ଦେଇଥିଲେ ଏବଂ ଯାହା ସବୁ ଆଲୋଚନା କରିଥିଲେ ତାହାକୁ ମନ ଭରି ଶୁଣି ଝାକିରୀ ଦେବତାଙ୍କୁ ଜୟ ଧ୍ୱନି କରି ସହମତି ଜଣାଇଥିଲେ ଆଗାମୀ ବୈଠକ ସୁନଖଣ୍ଡି ପଂଚାୟତରେ କରିବାକୁ ନିଷ୍ପତ୍ତି ନେଇ ଅନ ପ୍ରସାଦ ସେବନ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।

related posts

Leave a Comment