Home Breaking News / ତାଜା ଖବର ବିଜେପିର ଭଇଷା ମଣ୍ଡଳସ୍ତରୀୟ କର୍ମ୍ମୀ ସମ୍ମିଳନୀ

ବିଜେପିର ଭଇଷା ମଣ୍ଡଳସ୍ତରୀୟ କର୍ମ୍ମୀ ସମ୍ମିଳନୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ଭଇଷା ମଣ୍ଡଳର ଏକ କର୍ମ୍ମୀ ସମ୍ମିଳନୀ ଉଲବାସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସଭାପତି ପଙ୍କଜ ଭୋଇଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଉପସଭାପତି ଶ୍ରୀମତୀ ଶୈଳ ଵାଲା ବାଗ ଯୋଗ ଦେଇଥିଲେ। ଓ ମୁଖ୍ୟ ବକ୍ତା ଭାବରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ ଯୋଗ ଦେଇ ପଞ୍ଚ।ୟତ ସ୍ତରରେ କିପରି ଦଳୀୟ ସଙ୍ଗଠନ କୁ ମଜବୁଥ କର।ଯାଇପାରିବ ସେ ଉପରେ ଆଲୋଚନା କରିଥିଲେ। ବର୍ତ୍ତମାନ ଚାଷୀ ୟୁରିଆ ସାର କଳାବଜାର ବୃଦ୍ଧି ପାଉଥିବା ସଂଗେ ସଂଗେ ଫସଲବୀମାର ହେଉଥିବା ଦୁର୍ନୀତି ସମ୍ପର୍କରେ ନିନ୍ଦା କରିଥିଲେ। ଆଗାମୀ ପଞ୍ଚ।ୟତ ନିର୍ବାଚନ ହେବାକୁ ଥିବା ବିଷୟରେ ଆଲୋଚନା କରି ପ୍ରତ୍ୟେକ ଗାଁ କୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତ କାରୀ ଯୋଜନା ଘରେ ଘରେ ପହଞ୍ଚି ପାରିବ ସେ ଉପରେ ଉପସ୍ଥିତ କର୍ମ୍ମୀମାନଙ୍କୁ ମୁଖ୍ୟ ବକ୍ତା ଉଦବୋଧନ ଦେଇଥିଲେ। ଏହି ବୈଠକରେ ଜୟନ୍ତ କୁମ୍ଭାର ବଲ୍ଲଭ ଧରୁଆ କରମ ସିଂ ସରାଫ ଧୋବେଇଚରଣ ପଟେଲ କ୍ଷମାନିଧି ନନ୍ଦ ସୁଶୀଲ ପଟେଲ ବୀର କଲସାଏ ଦେବକୀ ତାଣ୍ଡି ସୋମନାଥ ଧରୁଆ ଗୀତାଞ୍ଜଳି ରାଉତ ସମେତ 10 ଟି ପଞ୍ଚୟତ ର ପ୍ରମୁଖ ବିଜେପିକର୍ମକର୍ତା ଉପସ୍ଥିତ ଥିଲେ।

related posts

Leave a Comment