ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଆଜିକୁ ୪୦ବର୍ଷ ବିତି ଲାଣି କୁଟିଆ କନ୍ଧ ମାନଙ୍କ ଉନ୍ନତି ପାଇଁ( କେକେଡିଏ) ପ୍ରକଳ୍ପ ଚାଲିଛି ଆଉ ଇତିମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ ବି ହେଲାଣି ତଥାପି ବଦଳୁନିକୁଟିଆ କନ୍ଧଙ୍କ ଭାଗ୍ୟ ଓ ଭବିଷ୍ୟତ।
ତୁମୁଡିବନ୍ଧ ବ୍ଲକ ର ୩ଟି ପଞ୍ଚାୟତ ବେଲଘର,ଗୁମ୍ମା , ବିଲମାଳ, ଭଣ୍ଡରଙ୍ଗି, ଲଙ୍କାଗଡ ,ଝିରିପାଣି ଆଦି ଗ୍ରାମପଞ୍ଚାୟତ ଓ କୋଟଗଡ଼ ବ୍ଳକ ଦୁର୍ଗାପଙ୍ଗା ପଞ୍ଚାୟତର ପ୍ରାୟ ୬୮ଟି ଗ୍ରାମ 6ର ର୨୮୦୦ କୁଟିଆ କନ୍ଧ ପରିବାର ଅଛନ୍ତି । ଜନସଂଖ୍ୟା ଏବେ ୧୦ ହଜାର ଛୁଇଁଲାଣି। ଏମାନେ ସବୁ ଆଦିମ ଅଧିବାସୀ ବା ପିଭିଟିଜି ଗୁପ ଅନ୍ତର୍ଭୁକ୍ତ। ଅନ୍ୟଆଦିବାସୀଙ୍କଠାରୁ ଏମାନେ ସଂପୂର୍ଣ୍ଣ ଭିନ୍ନ। ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏମାନେ ସଂପୂର୍ଣ୍ଣ ପଛୁଆ ହୋଇଥିବାରୁ ଏମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଗତ ୧୯୭୮ ମସିହାରେ କେନ୍ଦ୍ରସର କର କୁଟିଆ କନ୍ଧ ଉନ୍ନୟନ୍ନ ପ୍ରକଳ୍ପ କେକେ ଡିଏ ନାମକ ମାଇକ୍ରୋପ୍ରୋଜେକ୍ଟଆରମ୍ଭ କରିଥିଲେ। ଏହି ଯୋଜନାରେ ପ୍ରାୟ ୪ ବର୍ଷ ମଧ୍ୟରେ ୧୫ କୋଟି ୫୩ ଲକ୍ଷ ୫୫ହଜାର ଟ ଙ୍କା ଖର୍ଚ ହୋଇଛି । ଏତେ ଟଙ୍କା ଖର୍ଚ ହୋଇଥିଲେ ମଧ୍ୟ ଏବେ ବି ଏ ସବୁ ଲୋକ ଅବହେଳିତ । ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ,କୃଷି ଜଳସେଚନର ବିକାଶ ହୋଇ ନି।ସଚେତନତା ଅଭାବରୁ ଏବେ ବି କୁଟିଆ କନ୍ଧମାନେ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି । ପୋଡୁଚାଷ ସଂପୂର୍ଣ୍ଣ ବନ୍ଦ ହୋଇନି ।
ଆସୁଥିବା ଅର୍ଥ ଅନୁଦାନରସିଂହ ଭାଗ ଅର୍ଥ ବିଭାଗୀୟ କର୍ମଚାରୀଙ୍କ ଦ୍ଵାରାକାଟମାରଣ । ହେଉଥବାରୁ ଲୋକେ ସୁଫଳ ପାଇପାରି ନାହାନ୍ତି।
ଏବେ ପୁଣି ୩ ବର୍ଷ ହେଲା ଓ ପେଲିପି ପ୍ରକଳ୍ପ ଆରମ୍ଭ ହୋଇଛି । ଏହି ଯୋଜନା ୭ ବର୍ଷ ଧରି ଚାଲିବ ଓ ଏଥିରେ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ ହେବ । ଏହି ପ୍ରକଳ୍ପକୁ ସୌରଭ ନାମକ ଏକ ସ୍ୱେଛାସେବୀ ସଂଗଠନ କାର୍ଯ୍ୟକରୁଛି । ହେଲେ ଉପର ଠାଉରିଆ ଭାବେ କାଂଭା କାମ କରି ଏହି ସଂସ୍ଥା ଅର୍ଥ ହଡପ କରୁଥିବା ଅଭିଯୋଗ ହେଉଛି । ଜିଲ୍ଲା କିମ୍ବା ରାଜ୍ୟ ସ୍ତରରେ ସମୀକ୍ଷା ମଧ୍ୟ ହେଉନି ଠିକ ଭାବେ ।
ତୁମୁଡିବନ୍ଧ ଓ କୋଟଗଡ଼ ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ଫଳରେ ମାଓ ଭୟରେ ସରକାରୀ ବାବୁମାନଙ୍କ ପାଦ ପଡୁନି ଏହି ଅଞ୍ଚଳରେ। ସେହିପରି ସୌରଭ ସଂସ୍ଥାର ମୁଖ୍ୟମଧ୍ଯ ଏଠାକୁ ଆସୁନାହାନ୍ତି କି ରହୁନଥିବା ଜଣାପଡିଛି । ଫଳରେ ଏ.ତେବଡ଼ ପ୍ରକଳ୍ପକିଭଳି ଚାଲିଛି ତାହା ସହଜରେ ଅନୁମେୟ।ଫଳରେ ଏଭଳିବର୍ଷ ପରେ ବର୍ଷ ବିତି ଚାଲିଥିବ ଆଉ ସରକାରଙ୍କ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ ମଧ୍ୟ ହେଉଥିବହେଲେ
ଦୁର୍ଗମ ଅଞ୍ଚଳରେ ଥିବା କୁଟିଆ କନ୍ଧମାନଙ୍କ ନା ବଦଳିବ ଭାଗ୍ୟ ନା ଭବିଷ୍ୟତ ? ଏହା ହିଁ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାପାଇଁ । ସାଧାରଣରେ ଦାବୀ ହେଉଛି।
୪୦ବର୍ଷ ବିତି ଲାଣି ପ୍ରକଳ୍ମ ଚାଲିଛି: କେବେ ବଦଳିବ କୁଟିଆ କନ୍ଧଙ୍କ ଭାଗ୍ୟ
Share with