Home Breaking News / ତାଜା ଖବର ରାଇକିଆ ବ୍ଲକ୍ ନୂତନ ବିଡ଼ିଓଙ୍କ ଦାୟିତ୍ଵ ଗ୍ରହଣ

ରାଇକିଆ ବ୍ଲକ୍ ନୂତନ ବିଡ଼ିଓଙ୍କ ଦାୟିତ୍ଵ ଗ୍ରହଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ରେ ପ୍ରଥମ ଥର ପାଇଁ ନୂତନ ଭାବେ ମହିଳା ବିଡ଼ିଓ ସ୍ମରଣିକା ଟୁଲୋ ଦାୟିତ୍ବ ଗ୍ରହଣ କରିଛନ୍ତି।୨୦୨୦ ମସିହାରେ ଓଏଏସ୍ ପରୀକ୍ଷାରେ ଦଶମ ରାଙ୍କ୍ ହାସଲ କରି ଟ୍ରେନିଂ ଯାଇ ଫେରି ଥିବାବେଳେ ରାଇକିଆ ବ୍ଲକ୍ ପ୍ରଶାସନିକ ଅଧିକାରୀ ଭାବେ ଏହା ତାଙ୍କର ପ୍ରଥମ ପୋଷ୍ଟିଙ୍ଗି ହୋଇଥିବା ଜଣାପଡିଛି।ଏଥି ପୁର୍ବ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆଙ୍କୁ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ୍ କୁ ବଦଳି ହୋଇଥିବା ଜଣାପଡିଛି।ଶ୍ରୀ ବାଣୁଆ ରାଇକିଆ ବ୍ଲକ୍ ପ୍ରଶାସନ ଦାୟିତ୍ଵରେ ଥିବା ସମୟରେ କରୋନା ମହାମାରି ଏବଂ ବ୍ଲକ୍ ର ବିଭିନ୍ନ ଦୁର୍ଗମ ଅଞ୍ଚଳର ବିକାଶ ଏବଂ ରାଇକିଆ ଅଞ୍ଚଳର ମଧ୍ୟ ବହୁ ଲୋକାଭିମୁଖୀ ମେଗା ପ୍ରକଳ୍ପ ମଧ୍ୟରେ ରାଜ୍ୟ ସରକାରଙ୍କ ୫ ଟି ଯୋଜନାରେ ବିଜୟ ଉଚ୍ଚ ବିଦ୍ୟାଳୟର ରୁପାନ୍ତିକରଣ,ପାର୍କ,କୋର୍ଟ,କଠିନ ବୈଜ୍ୟ ବସ୍ତୁ ପ୍ରସ୍ତୁତିରୁ ଖତ ପ୍ରସ୍ତୁତ ନେଇ ପ୍ରକଳ୍ପ କାର୍ଯ୍ୟକାରୀ ଆରମ୍ଭ କରାଯାଇଛି।ଏହି ସବୁ କାର୍ଯ୍ୟଗୁଡ଼ିକର ତଦାରଖ ଆରମ୍ଭ କରିଛନ୍ତି ନୂତନ ବିଡ଼ିଓ ସ୍ମରଣିକା ଟୁଲୋ। ଏବଂ ରାଇକିଆ ବ୍ଲକ୍ ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରି ପାରିବେ ବୋଲି ଆଶା କରାଯାଉଛି।

related posts

Leave a Comment