ବିଷମକଟକ(କମଳା କାନ୍ତ ବାତ୍ରା): ରାୟଗଡା ଜିଲ୍ଲା ବିଷମକଟକ ବ୍କକ ସଦରମହକୁମାରେ ନୁତନ ଭାବେ ୩୦ ଶଯ୍ୟା ବିଶିଷ୍ଟ ଗୋଷ୍ଟି ସାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିବା ନିମନ୍ତେ ଜମି ଚିହ୍ନଟ ପ୍ରକିୟା ଆରମ୍ବ ହୋଇଛି |ନୁତନ କୋଠା ନିର୍ମାଣ ନିମନ୍ତେ ଜାତିୟ ସାସ୍ଥ୍ୟ ମିଶନ ପଖ୍ୟ ରୁ ପ୍ରଥମ ପଯ୍ୟାୟରେ ୯,କୋଟି ୯୦, ଲଖ୍ୟ ଅନୁଦାନ ରାଶି ପ୍ରଦାନ କରାଯାଇଛି |ରାଜ୍ୟ ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଦୀର କୁମାର ଦାସ ତତ୍ବାବଧାନରେ ସ୍ଥାନିୟ ତହସିଲ ଦାର ଶୁଭେନ୍ଦୁ ଜେନା ଏଵ° ଜାତିୟ ସାସ୍ଥ୍ୟ ମିଶନ ର ସରକାରି ଯନ୍ତ୍ରି ତନ୍ନୟ କୁମାର ସ୍ବାଇଁ ,ନୁତନ କୋଠା ପାଇଁ ଵିଷମକଟକ ବ୍କକ ସଦରମହକୁମାରେ ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ |ସ୍ଥାନିୟ କ୍ରୁଷି ବିଭାଗ କାର୍ଯ୍ୟଳୟ ନିକଟ ତଥା ରାଜ୍ୟ ରାଜ ପଥ କଢ ରେ ଥିବା ଏକ ସରକାରି ଜାଗା ଚିହ୍ନଟ କରାଯିବା ସହିତ ଏହି ସ୍ଥାନ କୁ ଅଵରୋଧ ମୁକ୍ତ କରି ସାସ୍ଥ୍ୟ ବିଭାଗ କୁ ହସ୍ତାନ୍ତର କରିବା ନିମନ୍ତେ ବିସ୍ତୁତ ଆଲୋଚନା ହେଇଥିଲା |ଏହି ସ୍ଥାନ ରେ ବିଭାଗ ତରଫରୁ ୫୦,ହଜାର ବର୍ଗ ମିଟର ଜାଗା ରେ ଗୋଷ୍ଟି ସାସ୍ଥ୍ୟ କେନ୍ଦ୍ର ର ନୂତନ କୋଠା ନିର୍ମାଣ କରିବାକୁ ମଧ୍ୟ ଆଲୋଚନା ହୋଇଥିଲା |ତୁରନ୍ତ ପୁର୍ତ ବିଭାଗ କୁ ନିର୍ମାଣ କାର୍ଯ୍ୟ ହସ୍ତାନ୍ତର କରାଯିବ ବୋଲି ସରକାରି ଯନ୍ତ୍ରି ଶ୍ରୀ ସ୍ବାଇଁ ସୁଚନା ଦେଇଛନ୍ତି |
୩୦ ଶଯ୍ୟା ବିଶିଷ୍ଟ ମେଡିକାଲ ନିର୍ମାଣ ନିମନ୍ତେ ଜମି ଚିହ୍ନଟ ପ୍ରକିୟା ଆରମ୍ଭ
Share with
previous post