Home Breaking News / ତାଜା ଖବର ଭାରତ-ଚୀନ ମଧ୍ୟରେ ଶେଷ ହେଲା ୧୨ତମ ରାଉଣ୍ଡ ଆଲୋଚନା, ଜାଣନ୍ତୁ କଣ ବାହାରିଲା ନିଷ୍ପର୍ଷ?

ଭାରତ-ଚୀନ ମଧ୍ୟରେ ଶେଷ ହେଲା ୧୨ତମ ରାଉଣ୍ଡ ଆଲୋଚନା, ଜାଣନ୍ତୁ କଣ ବାହାରିଲା ନିଷ୍ପର୍ଷ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗତ ବର୍ଷ ଅପ୍ରେଲ ମାସ ଠାରୁ ପୂର୍ବ ଲଦାଖର ଏଲଓସିରେ ଭାରତ-ଚୀନ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଛି । ଏହାରି ଭିତରେ ଭାରତ-ଚୀନ ମଧ୍ୟରେ ଶନିବାର କମାଣ୍ଡର ସ୍ତରୀୟର ୧୨ତମ ରାଉଣ୍ଡ ଆଲୋଚନା ହୋଇଥିଲା । ପ୍ରାୟ ୧୨ ଘଂଟା ଧରି ଦୁଇ ଦେଶର କମାଣ୍ଡର ସ୍ତରୀୟ ଅଧିକାରୀଙ୍କ ଆଲୋଚନା ହୋଇଥିଲା । ଏହି ଆଲୋଚନାର ପ୍ରସଙ୍ଗ ରହିଥିଲା ଗୋଗ୍ରା ଏବଂ ହଟସ୍ପ୍ରିଙ୍ଗ ରୁ କିପରି ହେବ ସୈନ୍ୟ ଅପସାରଣ , ସେନେଇ ବିସ୍ତାର ଆଲୋଚନା ହୋଇଛି । ଚୀନ ପକ୍ଷରୁ ଏହି ବୈଠକ ଏଲଓସିର ଓଲଡିରେ ଆଜି ସକାଳେ ଆରମ୍ଭହୋଇଥିଲା । ସଂଧ୍ୟା ସାଢେ ୭ଟାରେ ଏହି ବୈଠକ ସରିଥିଲା । ପ୍ରାୟ ୯ ଘଂଟା ଧରି ମାରାଥନ୍ ଆଲୋଚନାରେ ଦୁଇ ଦେଶ ମଧ୍ୟରେ ସୀମାରେ ଉତେଜନା ହ୍ରାସ ନେଇ କଥାବାର୍ତା ହୋଇଛି । ଗତ ୨୬ ଜୁଲାଇରେ ଆଲୋଚନା ପାଇଁ ଚୀନ ପ୍ରସ୍ତାବ ଦେଇଥିଲା । କାର୍ଗିଲ ବିଜୟ ଦିବସ କାରଣରୁ ଭାରତ ଏହି ତାରିଖରେ ଆଲୋଚନାକୁ ଖାରଜ କରିଦେଇଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ଜୁଲାଇ ୩୧ ତାରିଖରେ ଆଲୋଚନା କରିବା ପାଇଁ ସ୍ଥିର ହୋଇଥିଲା ।

related posts

Leave a Comment