Home Breaking News / ତାଜା ଖବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ବନ୍ଧୁତା ଦିବସ ପାଳିତ

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ବନ୍ଧୁତା ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା: ଅଗଷ୍ଟ ମାସ ପ୍ରଥମ ରବିବାର ଅବସରରେ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଏବଂ ରେଡ ରିବନ୍ ଆନୁକୂଲ୍ୟରେ ବିଶ୍ୱ ବନ୍ଧୁତା ଦିବସ ପାଳିତ ହୋଇ ଯାଇଛି | ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଯୁବ ରେଡ଼କ୍ରସ ଜ଼ିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଏବଂ କପିଳ ସାହୁ ଯୋଗ ଦେଇ ଜୀବନରେ ଉତ୍ତମ ବନ୍ଧୁର ଆବଶ୍ୟକତା ଉପରେ ନିଜର ବକ୍ତବ୍ଯ ରଖିଥିଲେ | ଯୁବ ରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିବା ବେଳେ ପୂଜା ରାଣୀ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟପାଳ ଯୁବ ରେଡ଼କ୍ରସ ପୁରସ୍କାର ପ୍ରାପ୍ତ ସ୍ଵେଚ୍ଛାସେବୀ ଦୀନ୍ ଦୟାଲ ଜେନା, କାହ୍ନୁ ସ୍ବାଇଁ, ତପସ୍ୱିନୀ ଜେନା ପ୍ରମୁଖ ଯୋଗ ଦେଇ ପରସ୍ପରକୁ ବନ୍ଧୁତ୍ୱର ନିଦର୍ଶନ ବନ୍ଧୁତ୍ୱ ରଜୁ ବାନ୍ଧି ଥିଲେ | ଏହି ଅବସରରେ ଗତ କାଲି ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଉପରେ ଏକ ଆଲୋଚନା ମଧ୍ଯ ହୋଇଥିଲା I ପ୍ରକାଶ ଥାଉକି ଚଳିତ ବର୍ଷ ବିଦ୍ୟାଳୟର ବିଜ୍ଞାନ ବିଭାଗରେ ମୋଟ 74 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁ୍ଥିବା ବେଳେ ସେଥିରୁ 51 ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ, 18 ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ 5 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଗିରିଜା ବେହେରା ସର୍ବାଧିକ 526 ନମ୍ବର୍ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I ସେହିପରି ଏକ୍ସ ରେଗୁଲାର୍ ରେ 23 ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ଜଣେ, ଦ୍ୱିତୀୟ ଶ୍ରେଣୀରେ ଜଣେ, ତୃତୀୟ ଶ୍ରେଣୀରେ 9 ଜଣ, ଏଫ୍ ଗ୍ରେଡ୍ ରେ 7 ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 5 ଜଣ ପିଲାଙ୍କର କମ୍ପାର୍ଟମେଣ୍ଟ୍ ଲାଗିଛି

related posts

Leave a Comment