Home Breaking News / ତାଜା ଖବର ବନ୍ଧୁତା ଦିବସ ପାଇଁ ବନ୍ଧୁତାର ସମ୍ପର୍କର ସୁଦୃଢ କରିବା ପାଇଁ ଚାରୋଟି ଭାଷାରେ ପାଟ ଶାଢ଼ୀରେ ବନ୍ଧୁତ୍ୱର କଥା ଲେଖିଲେ ବଶିଷ୍ଠ ବୁଣାକାର ବିଶ୍ବନାଥ ମେହେର

ବନ୍ଧୁତା ଦିବସ ପାଇଁ ବନ୍ଧୁତାର ସମ୍ପର୍କର ସୁଦୃଢ କରିବା ପାଇଁ ଚାରୋଟି ଭାଷାରେ ପାଟ ଶାଢ଼ୀରେ ବନ୍ଧୁତ୍ୱର କଥା ଲେଖିଲେ ବଶିଷ୍ଠ ବୁଣାକାର ବିଶ୍ବନାଥ ମେହେର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର( ଅକ୍ଷୟ କୁମାର ପୂଜାହାରୀ): ଆଜି ବନ୍ଧୁତା ଦିବସ ପାଇଁ ବନ୍ଧୁତାର ସମ୍ପର୍କର ସୁଦୃଢ କରିବା ପାଇଁ ଚାରୋଟି ଭାଷାରେ ପାଟ ଶାଢ଼ୀରେ ବନ୍ଧୁତ୍ୱର କଥା ଲେଖିଲେ ବଶିଷ୍ଠ ବୁଣାକାର ବିଶ୍ବନାଥ ମେହେର ।ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ଉତ୍ସବ ବ୍ୟସନେଚୈବ ଦୁର୍ବିକ୍ଷୈ ସତ୍ରୁ ସଙ୍କଟେ ରାଜ ଦ୍ବାରେ ସ୍ବସାନେଚ ତ ତିଷ୍ଟତି ସବାନ୍ଧବା । ପ୍ରକୁତରେ ଏଭଳି ବିପଦ ଯେଉ ମାନେ ଏହି ସମୟରେ ନିଜ ପାଖରେ ଛିଡ଼ା ହୋଇଥାନ୍ତି ସେମାନଙ୍କୁ ବନ୍ଧୁ ବୋଲି ବିବେଚନା କରାଯାଏ । ସେଥିପାଇଁ ପ୍ରତ୍ୟେକ ଦିନର କିଛିଟା ଗୁରୁତ୍ବ ରହିଛି ବିଭିନ୍ନ ଦିବସ ପାଳନ କରିବା ଅବସରରେ । ସେହିପରି ଭାବରେ ଅଗଷ୍ଟ ୧ ତାରିଖରେ ବନ୍ଧୁତ୍ୱ ଦିବସ ଭାବରେ ପାଳନ କରାଯାଉଛି । ଏହି ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ ସମ୍ବଲପୁରୀ ପାଟଶାଢ଼ୀରେ ଖୁବ୍ ସୁନ୍ଦର ଭାବରେ ବାନ୍ଧ କଳା ମାଧ୍ୟମରେ ବର୍ଣ୍ଣନା କରିଛନ୍ତି ଚାରୋଟି ଭାଷାରେ ଜାତୀର ସ୍ତରୀୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବୁଣାକାର ବିଶ୍ବନାଥ ମେହେର । ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତର ଟିକ୍ରାପଡା ଗ୍ରାମର ବୁଣାକାର ବିଶ୍ବନାଥ ମେହେର ବହୁତ ସୁନ୍ଦର ଭାବରେ ଏହାକୁ ପାଟ ଶାଢ଼ୀ ବୁଣିବା ରେ ଏକ ପ୍ରୟାସ କରିବାରେ ସଫଳ ହେଉଛନ୍ତି । ଶ୍ରୀ ମେହେରଙ୍କ କହିବା କଥା ଆଜି ବନ୍ଧୁତା ଦିବସ ସହିତ ସମ୍ବଲପୁରୀ ଦିନ ଗୋଟିଏ ଦିନରେ ପଡିଛି ଏଭଳି ଏକ ଦିନରେ ଏହି ଫ୍ରେଣ୍ଡ୍ ଶାଢ଼ୀ ସମାଜ ପାଇଁ ଉତ୍ସର୍ଗୀକୃତ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହି ନିଆରା କଳାତ୍ମକ ଶାଢୀଟି ଲାଲ ମିଶା ମେରୁନ ରଙ୍ଗରେ ପ୍ରସ୍ତୁତ ହୋଇଥିବାବେଳେ ଦେହସାରା ବନ୍ଧୁତ୍ୱର ପରିଭାଷାକୁ ନେଇ ରହିଛି ଚାରୋଟି ଭାଷାର ରଂଗଛିଟା ।ଏଥିରେ ଚାରୋଟି ଭାଷାରେ ଲେଖା ଯାଇଛି । ଶାଢ଼ୀର ମୁହଁ ଓ ଦେହରେ ଉଡିଆରେ ଲେଖା ହୋଇଛି ଦରକାର ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ସେହିପରି ଭାବରେ ବଙ୍ଗଳା ଭାଷାରେ ଲେଖା ହୋଇଛି ଏକଜନ ସତ୍ୟକାରେର ବନ୍ଧୁ ତୋମାକେ ସାମନେର ଦିକେ ଏଗିୟେ ନିୟେ ଯାବେ । ଇଗ୍ରାଜିରେ ଲେଖା ହୋଇଛି ଫ୍ରେଣ୍ଡସିପ୍ ଇଚ୍ ନଟ୍ ଏ ବିକଥିଙ୍ଗ୍ ,ଇଟ୍ ଏ ମିଲିଅନ୍ ଲିଟିଲ୍ ଥିଙ୍ଗସ୍ । ସେହିପରି ଭାବରେ ହିନ୍ଦୀରେ ଲେଖାହୋଇଛି ଏକର ଦୋସ୍ତସେ ବୈହେତର୍ ୱର କୁଛ୍ ନୈହି ହୋସକ୍ ତା । ଏଭଳି ଏକ ସମ୍ବଲପୁରୀ ପାଟ ଶାଢ଼ୀର ପରି କଳ୍ପନା ୨୦୨୦ ଲକ୍ ଡାଉନ୍ ସମୟରେ ମୋର ଗୁରୁ ପ୍ରଫୁଲ୍ଲ କୁମାର ମେହେର ଏହି ଡିଯାଇନ୍ ଟି ଦେଇଥିଲେ । କିନ୍ତୁ କ୍ରୋଧାନ୍ୱିତ କଟକଣା ଯୋଗୁଁ ତାହା ୨୦୨୧ରେ ସମ୍ଭବ ହୋଇପାରିନଥିଲା । ଏବର୍ଷ ତାକୁ କରିବା ପାଇଁ ସଂକଳ୍ପବଦ୍ଧ ଭାବରେ ସମସ୍ତେ ମିଶି କାର୍ଯ୍ୟ କରିଥିଲୁ । ଏହାର ବାନ୍ଧ କାମ କରିଛନ୍ତି କେନ୍ଦୁପାଲି ଗ୍ରାମର ଯୁବ ବାନ୍ଧ କଳା କାର ସତ୍ୟ ମେହେର । ବୁଣିବାରେ ମୋତେ ସାହାର୍ଯ୍ୟ କରିଛନ୍ତି ଡୁଳା ମଣି ମେହେର । ଏହି ଶାଢ଼ୀଟି ତିଆରି କରିବା ପାଇଁ ଦୁଇ ମାସ ପନ୍ଦର ଦିନ ଲାଗି ଥିଲା । ପ୍ରଥମେ ପେପର୍ ଡିଜାଇନ୍ ଆସିବା ପରେ ସୁତା ପୁରା, ତାପର କମଡାରେ ଲଗାଇ ବାନ୍ଧ ବନ୍ଧା ଯାଇଥୀଲା । ଏହାପରେ ରଙ୍ଗ କରା ଯାଇଥିଲା । ଏହାପରେ ଘୁଣ୍ଣି କରାଯାଇ ପୁଣି ଥରେ ରଙ୍ଗ କରି ତନ୍ତରେ ଲଗାଇ ମୁଁ ଏହି ଫ୍ରଣ୍ଟେ ସମ୍ବଲପୁରୀ ପାଟ ଶାଢ଼ୀ ବୁଣିଛି । ଶ୍ରୀ ମେହେର ଜଣେ ରାଜ୍ୟ ତଥା ଜାତୀୟ ସ୍ତରର ପୁରସ୍କାର ପ୍ରାପ୍ତ ବୁଣାକାର । ସବୁବେଳେ କିଛି ନୁଆ ସୈଳୀରେ ସମ୍ବଲପୁରୀ ପାଟ ବସ୍ତ୍ରରେ ଶାଢ଼ୀ ହେଉ ବା ୱ।ଲ ହେଙ୍ଗିଙ୍ଗ୍ ତିଆରି କରିବା ପ୍ରୟାସ ଜାରି ରଖିଛନ୍ତି । ଶ୍ରୀ ମେହେରଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

related posts

Leave a Comment