ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ର କୋଭିଡ ମହାମାରୀରେ କୋଭିଡ ଆକ୍ରାନ୍ତ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଯାଇ ଆଜି ଆଇସିଆଇସିଆଇ
( ICICI) ଫାଉଣ୍ଡେସନ ତଫରୁ ରାୟଗଡ ଵ୍ୟାଙ୍କର ଶାଖା ପରିଚାଳକଙ୍କ ଦ୍ୱାରା 13 ଗୋଟି ଅକ୍ସିଜେନ କଂସେନଟ୍ରେଟର ପ୍ରଦାନ କରଲଯାଇଛି l ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କୁ, ରାୟଗଡ ଆରୋକ୍ଷୀ ଅଧିକ୍ଷକ ଶ୍ରୀ ବିଵେକା ନନ୍ଦ ଶର୍ମା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ଉପସ୍ଥିତିରେ ରାୟଗଡ ଶାଖା ପ୍ରବନ୍ଧକ ଶ୍ରୀ ମନୋଜ କୁମାର ବେହେରାଙ୍କ ପ୍ରଦାନ କରିଥିଲେ l ଜିଲ୍ଲାର ସ୍ୱାସ୍ଥ୍ୟସେବା ନିମନ୍ତେ ଵ୍ୟାଙ୍କ କର୍ତ୍ତୃପକ୍ଷକଙ୍କ ଏହି ଅବଦାନ ପ୍ରଶଂଶୀୟ l
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏମ ରାଜେଶ କୁମାର ପଟ୍ଟନାୟକ,ଆନ୍ୟlନ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ଆଇସିଆଇସୀଆଇ ବ୍ୟାଙ୍କର ସହକାରୀ ପ୍ରବନ୍ଧକ ଶ୍ରୀ ହିମାଂଶୁ ଭୂଷଣ ଦାଶ ଓ ଆନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ
ଆଇସିଆଇସିଆଇ ଫାଉଣ୍ଡେସନ ଏବଂ ଆଇସିଆଇସିଆଇ ଵ୍ୟାଙ୍କ ତରଫରୁ 13ଟି ଆକ୍ସିଜେନ କଂସେନଟ୍ରେଟର ପ୍ରଦାନ
Share with
previous post