Home Breaking News / ତାଜା ଖବର 30ତମ ପ୍ରତିଷ୍ଠା ଦିବସ ସମାରୋହ

30ତମ ପ୍ରତିଷ୍ଠା ଦିବସ ସମାରୋହ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଲୋଇସିଂହା(ଦେବେନ୍ଦ୍ର): ଲୋଇସିଂହା ବ୍ଲକ ଝାରମୁଣ୍ଡା ପଂଚାୟତ ଠାରେ ଝାରମୁଣ୍ଡା ଆଥଲେଟିକ ଏସୋସିଏସନ ସଭାପତି ଶ୍ୟାମସୁନ୍ଦର ମେହେରଙ୍କ ସଭାପତିତ୍ୱରେ 30ତମ ପ୍ରତିଷ୍ଠା ଦିବସ ସମାରୋହ -2021 ପାଳିତ ସହ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି l ଏହି ଅବସରରେ ଅତିଥିଭାବେ ଲୋଇସିଂହା ଅଂଚଳର ହେମସାଗର ନନ୍ଦ ଡି. ଏସ. ପି, ସୋନପୁର, ପ୍ର. ଡ଼. ମହେନ୍ଦ୍ର କୁମାର ନାୟକ ସୁପରିଟେଣ୍ଡ ଭୀମଭୋଇ ମେଡିକାଲ ହସ୍ପିଟାଲ ବଲାଙ୍ଗୀରଙ୍କ ଉଦେଶ୍ୟରେ କୋଭିଡର ପ୍ରଥମ ଲହରରେ ହେତେ ପ୍ରଭାବ ପଡିନଥିଲା ଯାହାକି ଦ୍ଵିତୀୟ ଲହରରେ ପଡିଛି, ଆଗକୁ ତୃତୀୟ ଲହର ହେବାକୁ ଯାଉଛି ଏଣୁ ହସ୍ପିଟାଲରେ ବେଡ଼ ଓ ଅକ୍ସିଜେନର ଯେଉଁ ସମସ୍ୟା ଥିଲା ତାହା ଦୂର ହୋଇ ସବୁ ମହଜୁଦ ଅଛି ଦରକାର ବେଳେ ଯୋଗାଇ ଦିଆଯିବ କହିଲେ l ବ୍ରଜେନ୍ଦ୍ରକିଶୋର ପଣ୍ଡା, ସିନିଅର ଏ. ଡି. ଭି ଲୋକପାଳ ସମ୍ବଲପୁର, ଅଭିଜିତ ପଣ୍ଡା ଏ. ପି. ଡି, ବଲାଙ୍ଗୀର, ଶ୍ରୀମତୀ ବନଜ୍ୟୋସ୍ନା ପଧାନ ଏରିଆ ମ୍ୟାନେଜର ରଇଜିଙ୍ଗ ଫୋୖଣ୍ଡଡେସନ, ରାଜେନ୍ଦ୍ରପ୍ରସାଦ ବଢ଼େଇ, ଟିଏଭି ନର୍ସିଙ୍ଗ କୁମାର କୋଅର୍ଡିନେଟର ବଲାଙ୍ଗୀର l ଏସୋସିଏସନକୁ ବିଗତ 30 ବର୍ଷ ପୂର୍ତ୍ତି ଅବସରରେ ମଂଚାସୀନ ମହୋଦୟଙ୍କ ଅଭିଭାଷଣରେ 2016 ମସିହା ରୋପ୍ୟଜୟନ୍ତୀ ଅବସରରେ ବିଭିନ୍ନ ବର୍ଗବିଶେଷଙ୍କୁ ଗ୍ରାମାଞ୍ଚଳର ଯୁବଗୋଷ୍ଠୀକୁ ମିନି ଷ୍ଟାଡିୟମ ଦ୍ୱାରା ଫ୍ଲଟଲାଇଟ ମାଧ୍ୟମରେ ଖେଳକୁ ଆଗକୁ ବଢାଇବା ସହ ସମ୍ମାନିତ କରାଯାଇଛି l ଆଜିର ମଂଚାସୀନ ଅତିଥିବୃନ୍ଦ ସରକାରଙ୍କ ତରଫରୁ ସାହାଯ୍ୟ ଓ ସହଯୋଗ ଲାଗି ଆଥଲେଟିକ ଏସୋସିଏସନଙ୍କୁ ଯଥା ସମ୍ଭବ ସହଯୋଗର ହାତ ବଢାଇବା ଲାଗି ପ୍ରତିଶୃତି ଦେଇଛନ୍ତି l ନେହେରୁ ଯୁବ କେନ୍ଦ୍ର ହେଉକି ୱାର୍ଲଡ ଭିଜନ, ରାଇଜିଙ୍ଗ ଫାଉଣ୍ଡେସନ ସବୁବେଳେ ଏହି ଏସୋସିଏସନ ତଥା ଏ ଅଂଚଳକୁ ସାହାଯ୍ୟର ହାତ ବଢ଼ାଇଛନ୍ତି l କରୋନା ସମୟରେ ଲୋଇସିଂହା ଅଂଚଳ ତଥା ଏସୋସିଏସନର କର୍ମକର୍ତ୍ତାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି କରୋନା ଯୋଦ୍ଧା ସାଜିଥିବାରୁ ସମସ୍ତଙ୍କୁ ଆଥଲେଟିକ ଏସୋସିଏସନ ତରଫରୁ ସମ୍ମାନିତ କରିବା ସହ ଲୋଇସିଂହା ମଣ୍ଡଳୀ ସାମ୍ବାଦିକଙ୍କୁ କରୋନା ଯୋଦ୍ଧରେ ସମ୍ମାନିତ କରାଯାଇଛି, ଯାହା ବରିଷ୍ଠ ସାମ୍ବାଦିକ ବିମଳ ହୋତା ସମ୍ବାଦ, ସରୋଜ ବିଶ୍ୱାଳ କନକ ନିୟୁଜ, ସୁଶାନ୍ତ ବାରିକ ଧରିତ୍ରୀ, ସାରଙ୍ଗ ଭୋଇ ସମାଜ, ମହେଶ କର ମହକ, ହୃଦାନନ୍ଦ ହାତୀ ଆର୍ଗସ, ବିନୋଦ ଦୀପ ପ୍ରେରଣା ଖବର, ଦେବାନନ୍ଦ ପୁଟେଲ ଟାଇମ୍ସ ୱାନ ଓଡ଼ିଆ, ସରୋଜ ପଧାନ ଏବିଏସ ନିୟୁଜ l ବିବରଣୀ ଗଠନ ସଚ୍ଚିଦାନନ୍ଦ ସାହୁ ସମ୍ପାଦକ ଏ. ଏ. ଝାରମୁଣ୍ଡା, ସୁଧାଂଶୁ ମହାକୁର ଉପ ସଭାପତି ଏ. ଏ. ଝାରମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

related posts

Leave a Comment