Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲାରେ ୧୪ଜଣ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ ଜିଲ୍ଲାରେ ୧୪ଜଣ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୭୩ରେ ପହଞ୍ଚିଛି। ତେବେ ମୃତ୍ୟୁସଂଖ୍ୟା ବଢୁଥିବା ଯୋଗୁଁ ଏହା ପ୍ରଶାସନ ର ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ୨୪ ଘଣ୍ଟା ମଧ୍ୟରେ ରବିବାର ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ୧୪ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
ସେହିପରିକନ୍ଧମାଳ ଜିଲ୍ଲାରେ ପ୍ରଥମ ଓ ଦ୍ୱିତୀୟ ଲହରରେ ଏ ଯାଏଁ ୭୩ଜଣ ରୋଗୀଙ୍କ ମୃତ୍ୟୁ ଘଟିଲାଣି । କନ୍ଧମାଳଜିଲାରେ ବର୍ତ୍ତମାନ ସୁଧା ମୋଟ ୧୧ହଜାର ୨୮୯ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧ହଜାର ଠ୩୭ ଜଣ ସୁସ୍ଥ ହୋଇଥିବାବେଳେ ୧୭୯ ଜଣ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି।
କରେ । ନା ସଂକ୍ରମଣ ହାର ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment