Home Breaking News / ତାଜା ଖବର ଜିଲ୍ଲା ସ୍ତରୀୟ ସହଭାଗିତା ଓ ପରିଚାଳନା “ଦିଶା”ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ସହଭାଗିତା ଓ ପରିଚାଳନା “ଦିଶା”ବୈଠକ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ଆଜି ରାୟଗଡ ଜିଲ୍ଲାସ୍ତଗରୀୟ ସହଭାଗିତା ଓ ପରିଚାଳନା”ବୈଠକ ” ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲକଙ୍କ ଅଧ୍ୟକ୍ଷିତାରେ ବରଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମାନ୍ୟବର ଅନୁସୂଚିତା ଜନଜାତି, ଜାତି, ପଛୁଆ ଓ ସଂଖ୍ୟା ଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସlରକା, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଏନ ଭାସ୍କର ରାଓ, ମାନ୍ୟବର ବିଧାୟକ ରାୟଗଡ ଶ୍ରୀ ମକରନ୍ଦ ମୁଦୁଲି, ମାନ୍ୟବର ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଅଧ୍ୟକ୍ଷ ଜିଲ୍ଲା ପରିଷଦ, ରାୟଗଡ ଶ୍ରୀ ଗଙ୍ଗାଧର ପୁଆଲା, ପିଡି, ଡ଼ିଆରଡ଼ିଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ ପ୍ରମୁଖ ଯୋଗଦାନ କରି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ l ଏହି ବୈଠକରେ ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ଓ ପ୍ରକଳ୍ପ ଗୁଡ଼ାକରେ ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ l ବିଶେଷ କରି କେନ୍ଦ୍ରସରକରଙ୍କ ଅଧିନସ୍ତ ଜିଲାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପର ଭୁତିଭୂମି ବିକାଶ କେତ୍ରରେ ଅଗ୍ରଗତି,ଟେଲିଯୋଗ, ସାଂସଦ ଆଦର୍ଶ ଗ୍ରାମ, ମନରେଗା, ଦିନଦୟାଲ ଗ୍ରାମୀଣ କୌଶଳ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀୟ ସଡ଼କ ଯୋଜନା, ଜାତୀୟ ଜୀବିକା ମିଶନ ଆଦି ପ୍ରକଳ୍ପ ଗୁଡିକର ଜିଲ୍ଲାରେ କାର୍ଯ୍ୟକାରୀ ଅଗ୍ରଗତି ଉପରେ ଆଲୋଚନା କରିଥିଲେ l ଅସମ୍ପୂର୍ଣ ପ୍ରକଳ୍ପ ଗୁଡିକର ଶୀଘ୍ର କାର୍ଯ୍ୟକାରୀ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ l ରେଲୱେ ଭିତିଭୂମି ଉପରେ ଆଲୋଚନା ଡ଼ିଆରଏମଙ୍କ ଅନୁପସ୍ଥିତ ଯୋଗୁଁ ବିଶେଷ ଆଲୋଚନା ହୋଇପାରି ନିଥିଲା ବେଳେ ପରବର୍ତ୍ତୀ ବୈଠକରେ ଏହାକୁ ଆଲୋଚନା କରାଯିବ l ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ରାଓ ଟେଲିଯୋଗ ସମସ୍ୟା ଉପରେ ଉଠାଇ ଜିଲ୍ଲାରେ ବିଶେଷ ଅଗ୍ରଗତି ହୋଇ ନାହିଁ ଆହୁରି ବହୁତ ଗ୍ରାମ ରହି ଯାଇଛି ଆଗାମୀ ଦିନରେ ପଦ୍ଧକ୍ଷେପ ସମାଧାନ କରିବାକୁ ବୈଠକରେ ଅନୁରୋଧ କରିଥିଲେ l ଏହାପରେ ପିଡି, ଡ଼ିଆରଡ଼ିଏ ଶ୍ରୀ ନାଏକ ବିଭିନ୍ନ ପ୍ରକଳ୍ପର ବିଶେଷ କରି ମନୋରେଗା ପ୍ରକାଳ୍ପର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ବନ୍ଧରେ ବୈଠକରେ ଉପସ୍ଥାପନା କରଥିଲେ l ମନୋରେଗା ଉପରେ ଆଲୋଚନା ବେଳେ ଶ୍ରମିକ ମାନେ ଠିକି ଭାବରେ ମଜୁରୀ ପାଉନଥିବା କଥା ମାନ୍ୟବର ରାୟଗଡ ବିଧାୟକ ଉଠାଇଥିଲେ l ସେହିପରି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ପୁଆଲା ଉଠାଇଥିଲେ ଯେ ମନୋରେଗା ଯାଜନରେ ବ୍ଲକ ସ୍ଥରରେ ବହୁତ ଡେରି ହେଉଛି ଯାହାଫଳରେ ଶ୍ରମିକ ମାନେ ଠିକ ଭାବରେ ପାରିଶ୍ରମିକ ପାଉନାହାନ୍ତି l ଏସମ୍ପର୍କରେ ସମାଧାନ ପାଇ ଅନୁରୋଧ କରିଥିଲେ l ଏସମ୍ପର୍କରେ ଆଲୋଚନା କରlଯାଇ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ଓ ଅନ୍ୟୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ l ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମୀୟ ସଡ଼କ ଯୋଜନା ଉପରେ ଆଲୋଚନା କରି ସମ୍ପୂର୍ଣ ହୋଇଥିବା ପ୍ରକଳ୍ପର ତାଲିକା ପ୍ରଦାନ କଲେ ଦିଶା କମିଟି ଅନୁଧ୍ୟାନ କରିବା ବୋଲି ମାନ୍ୟବର ସାଂସଦ ଶ୍ରୀ ଉଲ୍ଲକା ନିର୍ବାହୀଯନ୍ତ୍ରୀଙ୍କୁ କହିଥିଲେ l ସେହିପରି ଦିନଦୟାଲ ଗ୍ରାଣିନ କୌଶଳ ବିକାଶ ଯାଜନାରେ ବହୁତ ଯୁବକ ଯୁବତୀ ମlନଙ୍କୁ ତାଲିମ ପ୍ରଦାନ କରି ନିଯୁକ୍ତି ଦେବାପାଇଁ ଉଦ୍ୟମ କରିବାକୁ ନିର୍ଦେଶ ଦେଇଥିଲେ l ସେହିପରି ଜାତୀୟ ଜୀବିକା ମିଶନରେ ବ୍ୟାଙ୍କ ଅନ୍ତର୍ଭୁକ୍ତିକାରଣ ବହୁଳ ଭାବରେ କରିବାକୁ ନିର୍ଦେଶ ଦେଇଥିଲେ l
ଏହି ବୈଠକରେ ଗୁଡାରି ସମିତି ଅଧ୍ୟକ୍ଷl ଏବଂ ରାମନାଗୁଡ଼l ଅଧ୍ୟକ୍ଷା ମଧ୍ୟରେ ବିଭନ୍ନ ସମସ୍ୟା ଉପରେ ଉଠାଇଥିଲେ l ଏହାଉପରେ ପଦ୍ଧକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ l
ବୈଠକରେ ଜିଲ୍ଲାସ୍ଥରୀୟ ଅଧକାରୀ, ଦିଶା ସଦସ୍ୟା/ସଦସ୍ୟା ମାନେ ଯୋଗଦେଇଥିଲେ l

related posts

Leave a Comment