Home Breaking News / ତାଜା ଖବର ରାଜନୀତିକୁ ବବୁଲ ସୁପ୍ରିୟୋଙ୍କ ବାୟ ବାୟ, ଆଗକୁ ଯିବେ କୁଆଡେ?

ରାଜନୀତିକୁ ବବୁଲ ସୁପ୍ରିୟୋଙ୍କ ବାୟ ବାୟ, ଆଗକୁ ଯିବେ କୁଆଡେ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କିଛି ଦିନ ଧରି କେନ୍ଦ୍ରମନ୍ତ୍ରୀ ବବୁଲ ସୁପ୍ରିୟୋଙ୍କୁ ନେଇ ଯେଉଁ ଚର୍ଚା ଉଠୁଥିଲା ଆଜି ସେଥିରେ ପୂର୍ଣ୍ଣଛେଦ ପଡିଛି । ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗର ବିଜେପି ସାଂସଦ ବବୁଲ ସୁପ୍ରିୟୋ । ନିକଟରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସଂପ୍ରସାରଣରେ , ସେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଥିଲେ । ପଶ୍ଚିମବଙ୍ଗର ଏହି ସାଂସଦ ଏହା ପରେ ନୀରବ ରହିଥିଲେ । ବିଜେପିର କୌଣସି କାର୍ଯ୍ୟକ୍ରମରେ ନଜର ଆସୁନଥିଲେ । ଏହାକୁ ନେଇ ଆକଳନ କରାଯାଉଥିଲା , କେନ୍ଦ୍ର ବିଜେପି ନିଷ୍ପତିରେ ସେ ସନ୍ତୁଷ୍ଟ ନାହାନ୍ତି । ଏହା ମଧ୍ୟରେ ଶନିବାର ହଠାତ୍ ସେ ସାମାଜିକ ଗଣମାଧ୍ୟମ ଜରିଆରେ ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି । ଖୁବଶୀଘ୍ର ସେ ସାଂସଦ ପଦରୁ ବି ଇସ୍ତଫା ଦେବେ ବୋଲି ସୂଚନା ଦେଇଛନ୍ତି ।
ଫେସବୁକ ଜରିଆରେ ଆଜି ବବୁଲ ସୁପ୍ରିୟୋ ଲେଖିଥିଲେ ରାଜନୀତିକୁ ଗୁଡବାୟ କରୁଛି । ମୁଁ ଟିଏମସି, କଂଗ୍ରେସ, ସିପିଏମ କାହା ଆଡକୁ ଯାଉନାହିଁ । କେହି ମୋତେ ଡାକିନାହାନ୍ତି । ଜଣକୁ ସମାଜସେବା କରିବା ପାଇଁ ରାଜନୀତିରେ ରହିବା ଜରୁରୀ ନୁହଁ ।
୨୦୧୪ ମସିହାରେ ଲୋକସଭା ନିର୍ବାଚନ ଆଗରୁ ବିଜେପିରେ ଯୋଗ ଦେଇଥିଲେ ଲୋକପ୍ରିୟ ବଲିଉଡ କଣ୍ଠଶିଳ୍ପୀ ବବୁଲ ସୁପ୍ରିୟୋ । ପଶ୍ଚିମବଙ୍ଗର ଆସାନସୋଲ ୍ ଲୋକସଭା ଆସନରୁ ବିଜେପି ଟିକଟରେ ଜିତି ସେ ଲୋକସଭାକୁ ନିର୍ବାଚିତ ବି ହୋଇଥିଲେ । ୨୦୧୯ରେ ବବୁଲ ସୁପ୍ରିୟୋ ପୁଣି ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଆଗରୁ ସାଂସଦ ବବୁଲ ସୁପ୍ରିୟୋଙ୍କର ବିଜେପି ନେତାଙ୍କ ସହ ମନାନ୍ତର ହୋଇଥିଲା । ନିର୍ବାଚନ ପରେ ତାଙ୍କୁ ଦଳ ସେତେଟା ଗୁରୁତ୍ୱ ଦେଉନଥିବା ସେ ଅନୁଭବ କରିଥିଲେ । କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିବା ପରଠାରୁ ସେ ଦଳ ନିଷ୍ପତିରେ ସନ୍ତୁଷ୍ଟ ନଥିବା ଜଣାପଡୁଥିଲା । ଏବେ ବବୁଲ ସୁପ୍ରିୟୋ ରାଜନୀତିକୁ ଗୁଡବାୟ କରିବା ସହ ବିଜେପିର ହାତ ଛାଡିବା ନେଇ ଇସାରା କରିଛନ୍ତି ।

related posts

Leave a Comment