Home Breaking News / ତାଜା ଖବର ପଦ୍ମପୁର ଏବଂ କେନ୍ଦୁଗୁଡା ପୋଲିସର ମିଳିତ ଚଢ଼ାଉ 420କିଲୋ ଗଂଜେଇ ସହ 5 ଗିରଫ

ପଦ୍ମପୁର ଏବଂ କେନ୍ଦୁଗୁଡା ପୋଲିସର ମିଳିତ ଚଢ଼ାଉ 420କିଲୋ ଗଂଜେଇ ସହ 5 ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ଼ା ଜିଲ୍ଲା ଉପାନ୍ତ ଅଂଚଳର ପଦ୍ମପୁର ଓ କେନ୍ଦୁଗୁଡା ପୋଲିସର ମିଳିତ ଉଦ୍ୟମରେ ପୁଣି ଏକ ସଫଳତା କେନ୍ଦୁଗୁଡା ଠାରେ ପୋଲିସର ଗାଡି ଯାଞ୍ଚ ଚାଲିଥିବା ବେଳେ ରାସ୍ତାରେ ଗାଡି ଯାଞ୍ଚ କରିବା ସମୟରେ ଏକ ଟ୍ରକ କୁ ଅଟକାଇ ଗାଡିରେ ଯାଞ୍ଚ ବେଳେ ଟ୍ରକ ରେ ଗଞ୍ଜେଇ ଥିବା ଅନୁମାନ କରିବା ସହ ତନଖି କରିଥିଲେ ଗାଡ଼ିରୁ ବ୍ୟାପକ ମାତ୍ରାରେ ଗଞ୍ଜେଇ ଜବତ କରାଯାଇଛି । ଟ୍ରକ ପଛରେ ପୁଣି ଏକ କାର କୁ ଭି ଅଟକାଇ ଥିଲେ ସେଥିରୁ ମଧ୍ୟ ଗଞ୍ଜେଇ ଜବତ କରିଛି ପୋଲିସ ।ସେମାନଙ୍କ ପୁଣି ଥାନାକୁ ନେଇ ଅଧିକ ପଚରା ଉଚୁରା ରୁ ଜଣାଗଲା କେନ୍ଦୁଗୁଡା ଠାରୁ ଝାରଖଣ୍ଡ କୁ ଦୁଇଟି ଗାଡ଼ିରେ ଆସିଥିଲେ ,ସେମାନଙ୍କ ଠାରୁ 420 କେଜି ଗଞ୍ଜେଇ ସହ 6 ଟି ମୋବାଇଲ ଓ ନଗଦ 1 ଲକ୍ଷ 1 ହଜାର300 ଶହ ଟଙ୍କା ମଧ୍ୟ ଜବତ କରିବା ସହ 5 ଜଣ କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଝାରଖଣ୍ଡ ରାଜ୍ୟର । ଓଡିଶା ରୁ ପଡୋଶୀ ରାଜ୍ୟ ଝାରଖଣ୍ଡ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଦେଇଛନ୍ତି ପଦ୍ମପୁର ଥାନା ଅଧିକାରୀ ବିଶ୍ୱ ରଂଜନ ଦାସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 42ଲକ୍ଷ୍ୟ ଟଙ୍କା । ଗିରଫ ବ୍ୟକ୍ତିକୁ ଆଜି କୋର୍ଟ ଚାଲାଣ କରାଯାଥିବା ପଦ୍ମପୁର ପୋଲିସ ସୂଚନା ଦେଇଛନ୍ତି।

related posts

Leave a Comment