Home Breaking News / ତାଜା ଖବର କାର୍ଯ୍ୟକାରୀ ମଣ୍ଡଳ ସଭାପତି ଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ

କାର୍ଯ୍ୟକାରୀ ମଣ୍ଡଳ ସଭାପତି ଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ସିକରପାଇ ଭାଜପା ମଣ୍ଡଳର ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ ମଣ୍ଡଳ ସଭାପତି ମନୋଜ କୁମାର ସେଠୀ ଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଭାଜପା ପ୍ରଭାରୀ ଧନେଶ୍ବର ରାଉତ ଏହାର ପରିଚାଳନା କରିଥିଲେ। ଏହି ମଣ୍ଡଳରେ ସାତୋଟି ପଂଚାୟତ ଓ ୨୭ ଗୋଟି ବିଧାୟକ ବୁଥ ରହିଛି। ସବୁ ମଣ୍ଡଳର କାର୍ଯ୍ୟକର୍ତା ଉପସ୍ଥିତ ହୋଇ ନିଜ ନିଜ ପ୍ରସଙ୍ଗ ରଖିଥିଲେ। ମୁଖ୍ୟ ଅତିଥି ଭାବେ ଏକ ମାତ୍ର ଭାଜପା କରପା ପଂଚାୟତ ସରପଞ୍ଚ ସିନ୍ଧୁ ଭାଇ ଯୋଗ ଦେଇଥିଲେ। ପ୍ରଭାରୀ ଶ୍ରୀ ରାଉତ ସଂଘଟନ, ସଂରଚନା, ସଙ୍ଘଠନ ମଝୁବୁତ, ୱାର୍ଡ ଗଠନ, ବୁଥ ର ସଭାପତି ଓ ପଂଚାୟତ ର ସହ ଯୋଗାଯୋଗ ଓ ଯେଉଁଠି କେହି ନାହାନ୍ତି ତାର ପୁନଃ ନିଯୁକ୍ତି କରାଯିବା ପାଇଁ କହିଥିଲେ। ଆଗାମୀ ଦିନରେ ପଂଚାୟତ ନିର୍ବାଚନ ଥିବାରୁ କିପରି ପଂଚାୟତ ନିର୍ବାଚନରେ ବାଜିମାତ୍ କରିହେବ ସେ ବିଷୟରେ କହି ବୁଝାଇଥିଲେ। ଏହି ବୈଠକରେ ଜନଜାତି ମୋର୍ଚ୍ଚା ସଭାପତି ଦିଲୀପ ମିନିୟକା, ମହିଳା ମୋର୍ଚ୍ଚା ସଭାପତି ପ୍ରମିଳା ନାୟକ, ମଣ୍ଡଳ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟେଲ, ଆଦିବାସୀ ନେତା ଲକୀ କଞ୍ଜକା, ଅଜୟ ଝଲିଆ, ନିରଞ୍ଜନ କଡ୍ରକା, ଯୁବମୋର୍ଚା ସମ୍ପାଦକ ମକର ନେମାଲପୁରୀ ,କ୍ଷୀରୋଦ ମାର୍ଥ, ଦୈତାରି ଖଣ୍ଡାରିୟା ପ୍ରମୁଖ ଯୋଗଦେଇଥିଲେ।

related posts

Leave a Comment