Home Breaking News / ତାଜା ଖବର ଗୁଣୁପୁର ଅଞ୍ଚଳରୁ ଆନ୍ଦ୍ରକୁ ଦାଦନ ଖଟିବାକୁ ଯାଇ ବିଦ୍ୟୁତ ଆଘାତରେ ଗଲା ଛଅ ନିରୀହ ଜୀବନ

ଗୁଣୁପୁର ଅଞ୍ଚଳରୁ ଆନ୍ଦ୍ରକୁ ଦାଦନ ଖଟିବାକୁ ଯାଇ ବିଦ୍ୟୁତ ଆଘାତରେ ଗଲା ଛଅ ନିରୀହ ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଉପାନ୍ତ ଅଂଚଳ
ଗୁଣୁପୁର କରନା କଟକଣା ଓ ଗତଦୁଇ ବର୍ଷ ଧରି ଲାକଡାଉନ,ସଡ଼ଡାଉନ ଯୋଗୁଁ ଜୀବିକା ହରାଇଛନ୍ତି ରାୟଗଡ଼ା ଜିଲ୍ଲାର ଅନେକ ପରିବାର । ସେଇଥି ପାଇଁ ରାୟଗଡା ଜିଲ୍ଲାର ଗୁଣୁପୁର , ଗୁଡାରି, ରାମନଗୁଡା ଓ ମୁନିଗୁଡାରୁ ଅନେକ ଦାଦନ ଖଟିବା ପାଇଁ ଆନ୍ଧ୍ରକୁ ଯାଇଥାନ୍ତି।କିଏ ଫେରେ ତ ଆହୁ କିଏ ଦୁର୍ଘଟଣାରେ ପ୍ରାଣ ହରାଇଥାନ୍ତି । ଏଭଳି ଏକ ଦୁଃଖଦ ଭରା ଓ ହୃଦୟ ବିଦାରକ ଘଟଣାଟି ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଅଞ୍ଚଳରେ। ଗତ ଦୁଇ ମାସ ତଳେ ଗୁଣୁପୁର ବ୍ଲକ ଅଧିନ ଭୀମପୁର ଗ୍ରାମ ପଞ୍ଚାୟତ ରେ ଥିବା ଝୁମ୍ପାପୁର,ଫୁଲପୁଟି ଗ୍ରାମରୁ କିଛି ଲୋକ ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶ କୁ ଯାଇଥିଲେ। ଆନ୍ଧ୍ରପ୍ରଦେଶ ରେ ଥିବା ଗୁଣ୍ଟୁରୁ ଜିଲ୍ଲାର ରେପଲି/ଲାଙ୍କିଡିବା ଠାରେ ଏକ ଚିଙ୍ଗୁଡ଼ି ଫେକ୍ଟ୍ରି ରେ କାର୍ଯ୍ୟ କରୁଥିଲେ।ଗତ (୨୯/୦୭)କାଲି ବିଳମ୍ବିତ ରାତିରେ ସମସ୍ତେ ଖାଇ ଶୋଇବା ସମୟରେ ହଠାତ ବିଦ୍ୟୁତ ସଟସର୍କିଟ ହେବାରୁ ସେଠାରେ ଥିବା ଫାମରେ ନିଆଁ ଲାଗିଯାଇଥିଲା।ଫଳରେ ପୋଡିହୋଇ ସେଠାରେ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି।ମୃତକ ମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲାରୁ ୫ଜଣ ଥିବାବେଳେ ଗଜପତି ଜିଲ୍ଲାରୁ ଜଣେ ବୋଲି ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି।ମୃତକ ମାନେ ହେଲେ ଗୁଣୁପୁର ବ୍ଲକ ରେ ଥିବା ଫୁଲୁଫୁଟି ଗ୍ରାମର ନାରାୟଣ ଶବରଙ୍କ ପୁଅ କରୁଣା ଶବର(୧୮),ଗଦା ଶବରଙ୍କ ପୁଅ ପାଣ୍ଡବ ଶବର(୧୯),ତଲେଇବା ଶବରଙ୍କ ପୁଅ ମୋହନ ଶବର(୧୬),ଅନ୍ୟ ଜଣେ ଝୁମ୍ପାପୁର ଗ୍ରାମର ପକନା ଗମାଙ୍ଗଙ୍କ ପୁଅ ରାମମୂର୍ତ୍ତି ଗମାଙ୍ଗ(୧୫),ସେହିପରି ଗୁଣୁପୁରର ମୋତିଲାଲ ନଗର ରେ ରହୁଥିବା ଜଗରାଓ ଶବରଙ୍କ ପୁଅ ନବୀନ ଶବର(୧୭) ଥିବା ବେଳେ ଅନ୍ୟ ଜଣେ ଗଜପତି ଜିଲ୍ଲାରୁ ବୋଲି ଜଣାପଡିଛି।ରାଜ୍ୟସରକାରଙ୍କ ପକ୍ଷରୁ ମୃତଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇବା ପାଇଁ ଜିଲ୍ଲାପ୍ରଶାସନ କୁ ପରିବାରଲୋକେ ଅନୁରୋଧ କରିବା ସହ ଶବକୁ ପରିବାର ଲୋକଙ୍କୁ ଆଣି ହସ୍ତାନ୍ତର କରିବାକୁ ପରିବାର ଲୋକ ଏବଂ ଜନସାଧାରଣ ଦାବୀ କରିଛନ୍ତି।

related posts

Leave a Comment