Home Breaking News / ତାଜା ଖବର ଟୋକିଓ ଟକ୍କର- ହକି କ୍ୱାର୍ଟର ଫାଇନାଲରେ ଭାରତ

ଟୋକିଓ ଟକ୍କର- ହକି କ୍ୱାର୍ଟର ଫାଇନାଲରେ ଭାରତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଏହାର ଜୟ ଯାତ୍ରା ଜାରି ରଖିଛି । ଆଜି ଖେଳାଯାଇଥିବା ପ୍ରିକ୍ୱାର୍ଟର ମୁକାବିଲାରେ ଭାରତୀୟ ହକି ଦଳ ଆର୍ଜେଂଟିନା ବିପକ୍ଷରେ ବଡ ବିଜୟ ହାସଲ କରିଛି । ଭାରତୀୟ ହକି ଦଳ ଆର୍ଜେଂଟିନାକୁ ୩-୧ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।
ଭାରତ ତରଫରୁ ୪୩ ତମ ମିନିଟରେ ବରୁଣ କୁମାର ପ୍ରଥମ ଗୋଲ ସ୍କୋର କରିଥିଲେ । ଏହା ପରେ ବିବେକ ସାଗର ପ୍ରସାଦ ୫୮ ତମ ମିନିଟ ଏବଂ ହରମନପ୍ରୀତ ସିଂ ୫୯ ତମ ମିନିଟରେ ଆଉ ଗୋଟିଏ ଗୋଲ୍ ସ୍କୋର କରି ଗୋଲ୍ ବ୍ୟବଧାନକୁ ୩-୧କୁ ବୃଦ୍ଧି କରିଥିଲେ । ଆର୍ଜେଂଟିନା ତରଫରୁ ଏକମାତ୍ର ଗୋଲ୍ ସ୍କୋର କରିଥିଲେ ସ୍କଚ୍ କାସେଲା, ସେ ୪୮ ତମ ମିନିଟରେ ଏହି ଗୋଲ୍ କରିବା ପରେ ଆର୍ଜେଂଟିନା ଆଉ ଗୋଲ୍ କରିବାକୁ ସୁଯୋଗ ପାଇନଥିଲା ।
ପୁଲ୍ ଏ ରେ ଭାରତର ଏହା ତୃତୀୟ ବିଜୟ । ଏହି ବିଜୟ ସହିତ ଭାରତୀୟ ହକି ଦଳ ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଭାରତ ବର୍ତମାନ ପୁଲ୍ ଏ ରେ ଅ ଷ୍ଟ୍ରେଲିଆ ତଳକୁ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରତ୍ୟକ ପୁଲର ଶ୍ରେଷ୍ଠ ଦଳ ଅନ୍ତିମ ୮ ଟିମ ବର୍ଗକୁ ପ୍ରବେଶ କରିବେ । ଭାରତ ଆସନ୍ତାକାଲି ଆୟୋଜକ ଜାପାନକୁ ପୁଲ୍ ଏ ର ଶେଷ ମ୍ୟାଚରେ ଭେଟିବ ।

related posts

Leave a Comment