Home Breaking News / ତାଜା ଖବର କଙ୍କଡାହାଡ଼ ବ୍ଲକରେ ଆଜି ସାଂସଦ ଓ ବିଧାୟକଙ୍କ ମାରାଥନ ଶିଳାନ୍ୟାସ

କଙ୍କଡାହାଡ଼ ବ୍ଲକରେ ଆଜି ସାଂସଦ ଓ ବିଧାୟକଙ୍କ ମାରାଥନ ଶିଳାନ୍ୟାସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଅଞ୍ଚଳରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱରା ବିଭିନ୍ନ ରାସ୍ତାର ଉନ୍ନତି କରଣ ନିମନ୍ତେ ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ।ପ୍ରଥମେ ସାଂସଦ ଓ ବିଧାୟକ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପୂର୍ତ୍ତବିଭାଗ ରାସ୍ତା ପଙ୍ଗାତିରା ଠାରୁ ଅସନବାହାଳି ପର୍ଯ୍ୟନ୍ତ ରାସ୍ତାର ପାଶ୍ୱରେ ବୃକ୍ଷ ରୋପଣ କରିଥିଲେ ।ଏହା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପୂର୍ତ୍ତବିଭାଗ ରାସ୍ତା ଦଶୀପୁର ଠାରୁ ଖଇରାମୁଣ୍ଡା ରାସ୍ତାର ଉନ୍ନତି କରଣ ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱରା ପୂର୍ତ୍ତ ବିଭାଗ ରାସ୍ତା ଭାଲୁଗାଡ଼ିଆ ଠାରୁ ଭେଜିଆ ରାସ୍ତାର ଉନ୍ନତି କରଣ ନିମନ୍ତେ ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ ସେହି ପରି ବିରାଶାଳ ଯୋନର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱ।ରା ପୂର୍ତ୍ତବିଭାଗ ରାସ୍ତା କୋରିଆପାଳ ଠାରୁ କଙ୍କଣା ରାସ୍ତା ଭିତିପ୍ରସ୍ତର ସ୍ଥାପନ କରିଥିଲେ ।ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ କଙ୍କଡାହାଡ଼ ପଂଚାୟତ ସମିତି ଅଧ୍ୟକ୍ଷ କାର୍ତିକ ସାହୁ, ପରଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅକ୍ଷୟ ବେହେରା,ଜିଲ୍ଲାପରିଷଦ ସଦସ୍ୟ ଚାରୂଲତା ମିଶ୍ର,ବିରିବୋଲାଇ ସରପଞ୍ଚ ଗୁଣନିଧି ସାହୁ,ରେଞ୍ଜ ଅଧିକାରୀ ହର ମୋହନ ନାୟକ,ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିର୍ବାହୀ ଯନ୍ତ୍ରୀ ହୃଦାନନ୍ଦ ପଣ୍ଡା,ସହକାରୀ ଯନ୍ତ୍ରୀ ଶିବଜ୍ୟୋତି ସାହୁ,କନିଷ୍ଟ ଯନ୍ତ୍ରୀ ରାଜେନ୍ଦ୍ର ଧଳ,ବରିଷ୍ଠ ବିଜେଡି ନେତା ଟିକମ ହାତୀ,ମଳୟ ସାହୁ,ସୁନିଲ ପ୍ରଧାନ,ସୁଶାନ୍ତ ପ୍ରଧାନ, ମଙ୍ଗୁଲୁ ସାହୁ,ଚନ୍ଦ୍ରମଣି ସାହୁ, ବିଷ୍ଣୁସେନ ସାହୁ, ବାଙ୍କନିଧି ବେହେରା,କଳାକାର ସିଂହ,ବଳରାମ ସାହୁ,ରବିନାରାୟଣ ସାହୁ ,କଳାକାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବନ ବିଭାଗ କର୍ମଚାରୀ ସହଯୋଗ କରିଥିଲେ ।ଏହି ସମସ୍ତ ରାସ୍ତା ଉପରେ କଙ୍କଡାହାଡ଼ ବ୍ଲକର ଜନସାଧାରଣ ନିର୍ଭର କରୁଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

related posts

Leave a Comment