Home Breaking News / ତାଜା ଖବର ଜଗନାଥପୁର ଭାଜପା ମଣ୍ଡଳ ବୈଠକ ଅନୁଷ୍ଠିତ

ଜଗନାଥପୁର ଭାଜପା ମଣ୍ଡଳ ବୈଠକ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲାର ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ବିଜେପି ଜଗନାଥପୁର ମଣ୍ଡଳର ମଣ୍ଡଳ ସଭାପତି ଶ୍ରୀ ପୃଥୀବିରାଜ ପାଢ଼ୀ ଙ୍କ ନେତୃତ୍ୱରେ ମଣ୍ଡଳର ଦ୍ଵିତୀୟ କାର୍ଯ୍ୟକାରିଣୀ ବୈଠକ ବିଜାପୁର ଗ୍ରାମ ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଦୀପ ପ୍ରଜ୍ଲଲନ କରି ଭାରତମାତା ଓ ସ୍ୱର୍ଗତ ଶ୍ୟାମା ପ୍ରସାଦ ମୂଖାର୍ଜୀଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ସଭା କାଯ୍ୟ ଆରମ୍ଭ କରିଥିଲେ । ବିଜେପି ର ବରିଷ୍ଠ ନେତା ଶ୍ରୀ ୱାଇ.ଗଣପତି ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ପ୍ରତେକ ମୋର୍ଚାର କାର୍ଯ୍ୟଶୈଳୀ ଏବଂ ଶକ୍ତି କେନ୍ଦ୍ର ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକାରିଣୀ ରେ ନିଆଯାଇଥିବା ବିନ୍ଦୁ ଉପରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ପଂଚାୟତ ନିର୍ବାଚନ ଅସୁଥୁବା ହେତୁ ରଣାନୀତି ପ୍ରସ୍ତୁତ କରିବା ପାଇଁ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାର ଭାଜପା ପାଇଁ ଗୁଣୁପୁର ର ମହତ୍ଵ ଯୋଗଦାନ ପାଇଁ ବେଶ ଆଦୃତ ରହିଥିବା ବେଳେ ଏହି ଅଂଚଳର ବହୁତ ନେତା ଭାଜପାର ବଡ ପଦାଧିକାରୀ ଅଛନ୍ତି। ଏଥିରେ
ରାଜନୈତିକ ଚିଠା ଜିଲ୍ଲା ଯୁବ ମୋର୍ଚା ସାଧାରଣ ସମ୍ପାଦକ ଅମର କୁମାର ସାହୁ ପଠନ କରିଥିଲେ । ରାଜ୍ୟ ଯୁବମୋର୍ଚା ସଦସ୍ୟ ଫାଲଗୁନି ଶବର ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଓ ମଣ୍ଡିରେ କିପରି ସ୍ଵଛତା ର ସହ ଚାଷୀଙ୍କ ଧାନ ଉଠିବ ସେଇଥିପାଇଁ ଚାଷୀଙଙ୍କୁ ଏକ ଜୁଟ ହେବାପାଇଁ କହିଥିଲେ । ଶେଷରେ ହାଡ଼ିବନ୍ଧୁ ଶବର ଧନ୍ୟବାଦ ଦେଇଥିଲେ । ଏଥିରେ ସହଯୋଗ କରିଥିଲେ ଭଦ୍ରିକା ଚୋୖଧୁରୀ ଓ ଦିଲୀପ କୁମାର ଦାଶ୍।

related posts

Leave a Comment